ଭାରସାମ୍ୟ ହରାଇ ମାଲବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ 

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ରାଇପଙ୍କା ପଞ୍ଚାୟତର କରକଡାମା ନିକଟସ୍ଥ  ରାସ୍ତାରେ ଘଟିଛି ଦୁର୍ଘଟଣା । ମାଲବୋଝେଇ ଟ୍ରକଟି ଶନିବାର ଦିନ ଭାରସାମ୍ୟ ହରାଇବା  ପରେ ରାସ୍ତା ପାର୍ଶ୍ଵରେ ୧୫ ଫୁଟ ତଳକୁ ଖସି ଓଲଟିପଡିଛି । ଟ୍ରକ ଚାଳକ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତିଯାଇଛନ୍ତି । ଓଡି ୦୨ ବିଏସ୍ ୭୩୯୪ ନମ୍ବର ବିଶିଷ୍ଟ ଟ୍ରକଟି କିରାଣା ସାମାନ ନେଇ ଭୁବନେଶ୍ୱରରୁ  ରାୟଗଡା ଜିଲ୍ଲା, କୋରାପୁଟ, ଜୟପୁର ଆଦିକୁ ଯାଉଥିବା ବେଳେ ଦୁର୍ଘଟଣା ଗ୍ରସ୍ଥ ହୋଇପଡିଥିବାର ଜଣାପଡିଛି । ଘଟଣା ସ୍ଥଳରେ ଅଡବା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ