ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବ ଡ୍ରେନକୁ ଓଲଟିଲା ଅଟୋ, ୩ ଆହତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ରବିବାର ଭୋରରେ ହିଞ୍ଜିଳିକାଟୁ ପୌରାଞ୍ଚଳ ପରିବା ମାର୍କେଟ ନିକଟରେ ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ଅଟୋ (ଓଡି୦୭ଡି ୭୪୮୭ ) ରାସ୍ତା ପାର୍ଶ୍ବ ନାଳ ଭିତରକୁ ଓଲଟି ପଡିଛି । ଦୁର୍ଘଟଣାରେ ଅଟୋ ଚାଳକ ସହ ୨ ଯାତ୍ରୀ ଆହତ ହୋଇଛନ୍ତି। ନିକଟରେ ଉପସ୍ଥିତ ଥିବା ହିଞ୍ଜିଳି ଥାନା ଏଏସଆଇ କାଳିଚରଣ ସ୍ବାଇଁ ଓ ଘରୋଇ ବସ୍ ମାଲିକ କୋରାମଣି ରାଉଳ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଖବର ପାଇ ହିଞ୍ଜିଳିକାଟୁ ଅଟୋ ଚାଳକ ସଂଘ ସଦସ୍ୟ ମାନେ ଘଟଣାସ୍ଥଳରେ ପହଞ୍ଚି ନାଳ ଭିତରୁ ଅଟୋକୁ ବାହାର କରିଥିଲେ । ପ୍ରକାଶ ଥାଉ କି, ବସ୍ ଟର୍ମିନାଲ ନିକଟସ୍ଥ ଅଞ୍ଚଳରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ବିରାଟ ଗର୍ତ୍ତ ଖୋଳି କାମ ବନ୍ଦ କରାଯାଇଛି। ଉକ୍ତ ଗର୍ତ୍ତରେ ବହୁ ସମୟରେ ଗାଇ ଗୋରୁ, କୁକୁର ସମେତ କିଛି ବ୍ୟକ୍ତି ଦୁର୍ଘଟଣାରେ ଶୀକାର ହୋଇ ଗୁରୁତର ଆହତ ହୋଇଥିବା ନଜିର ରହିଛି। ଘଟଣା ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ ପୌର ପ୍ରଶାସନ ପକ୍ଷରୁ ଗର୍ତ୍ତ ପ୍ବାର୍ଶ୍ବ ଅଞ୍ଚଳରେ ଡ୍ରେନ ନିର୍ମାଣ କରାଯାଇଛି । ଡ୍ରେନ ନିର୍ମାଣ ସମୟରେ ଖୋଳା ଯାଇଥିବା ମାଟିକୁ ପରିବା ବଜାର ମଧ୍ୟରେ ପକାଯାଇଥିବାରୁ ବହୁ ସମୟରେ ବହୁ ଯାନବାହାନ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ନଜିର ରହିଛି। ପରିବା ବଜାର ମଧ୍ୟରୁ ସଂପୃକ୍ତ ମାଟିକୁ ତୁରନ୍ତ ବାହାର କରିବା ପାଇଁ ପରିବା ବ୍ୟବସାୟୀ ମାନେ ଦାବି ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ