ଭାରସାମ୍ୟ ହରାଇ ରାସ୍ତା ପ୍ୱାଶ୍ୱର୍ କଲଭର୍ଟ ଉପରକୁ ଚଢିଗଲା ବସ – ୨ ଗୁରୁତର, ୫ ଆହତ
ହିଞ୍ଜିଳିକାଟୁ, : ହିଞ୍ଜିଳି ଥାନା ତଥା ୫୯ ନଂ ଜାତୀୟ ରାଜପଥ ଇଣ୍ଡିଆନ ପେଟ୍ରୋଲ ପମ୍ପ ସମ୍ମୁଖ ଭାଗ ରାସ୍ତାରେ ଏକ ଘରୋଇ ଯାତ୍ରୀବାହୀ ବସ୍ ମା ତରାତାରିଣୀ (ନଂ- ଓଡ଼ି୦୭ ଡ଼ବ୍ଳ୍ୟୁ ୪୧୭୩) ଭାରସାମ୍ୟ ହରାଇ ଜାତୀୟ ରାଜପଥ ପ୍ୱାଶ୍ୱର୍ସ୍ଥ ଏକ କଲଭର୍ଟ ଉପରକୁ ଏକ ଚଢିଯାଇଥିଲା । ଦୁର୍ଘଟଣାରେ ବସ୍ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ମଧ୍ୟରୁ ୨ଜଣ ଗୁରୁତର ଆହତ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି ।ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ହିଞ୍ଜିଳକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ଆହତ ମାନେ ହେଲେ ଶେରଗଡ଼ ଥାନା ଗୋଠଗାଁର କୃଷ୍ଣଚନ୍ଦ୍ର ସୁଆଁସିଆ (୧୯), ବ୍ରହ୍ମପୁର ଗେଟବଜାର ଅଂଚଳର ମାନସ ପଣ୍ଡା (୬୧), ଆସିକା ଥାନା ବାବନପୁର ଗ୍ରାମର ଏ. ସ୍ୱରୁପାରାଣୀ ପାତ୍ର(୪୫),ମଙ୍ଗଳପୁର ଗ୍ରାମର ଏ. ପୁର୍ଣ୍ଣଚନ୍ଦ୍ର ପାତ୍ର(୪୫), କନିଷି ଇନ୍ଦ୍ରାକ୍ଷି ଗ୍ରାମର ଯମୁନା ସାହୁ(୫୨), ହିଞ୍ଜିଳ ଥାନା କଂଚୁରୁ ଗ୍ରାମର ସୁଦଷ୍ଣା ସାହୁ (୬୦) ଓ ଅହଲ୍ୟା ସାହୁ (୩୦) । ସେମାନଙ୍କ ମଧ୍ୟରୁ କୃଷ୍ଣ ଓ ମାନସଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ହିଞ୍ଜିଳ ପୋଲିସ ଦୁର୍ଘଟଣା ସ୍ଥଳରେ ପଂହଚି ଦୁର୍ଘଟଣାଗ୍ରସ୍ତ ବସକୁ ଜବତ କରିଥିବା ବେଳେ ଚାଳକ ଫେରାର ହୋଇଯାଇଛି । ଖବର ପାଇ ହିଞ୍ଜିଳିକାଟୁ ତହସିଲଦାର ଗୋପିନାଥ କୁଅଁର ହିଞ୍ଜିଳିକାଟୁ ଡ଼ାକ୍ତରଖାନାରେ ପଂହଚି ଆହତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ପ୍ରକାଶ ଥାଉକି, ଯାତ୍ରିବାହୀ ବସଟି ଆସିକାରୁ ବ୍ରହ୍ମପୁର ଅଭିମୂଖେ ଯାଉଥିବା ବେଳେ ହିଞ୍ଜିଳି ଥାନା ତଥା ୫୯ ନଂ ଜାତୀୟ ରାଜପଥ ଇଣ୍ଡିଆନ ପେଟ୍ରୋଲ ପମ୍ପ ସମ୍ମୁଖ ଭାଗ ରାସ୍ତାରେ ଏକ ବାଲି ବୋଝେଇ ଟ୍ରକକୁ ଅତିକ୍ରମ କରୁଥିବା ବେଳେ ଭାରସାମ୍ୟ ହରାଇ ଜାତୀୟ ରାଜପଥ ପ୍ୱାଶ୍ୱର୍ସ୍ଥ ଏକ କଲଭର୍ଟ ଉପରକୁ ଏକ ଚଢିଯାଇ ଦୁଘଁଟଣା ଗ୍ରସ୍ତ ହୋଇଥିଲା ।