ଭାରିଯାନ ଚଳାଚଳ କରିବା ପ୍ରତିବାଦ ରେ ଅନଶନ

ହାଟଡ଼ିହି, (ବିକାଶ ବିଶ୍ୱାଳ ):ସ୍କୁଲ ସମୟରେ ବାଲି ବୋଝେଇ ଭାରିଯାନ ଚାଲିବା ପ୍ରତିବାଦ ରେ ଆଜି ବିଷ୍ଣୁପୁର ଗ୍ରାମର ସୁବାସ ଯେନା ନାମକ ଜଣେ ବ୍ୟକ୍ତି ଅନଶନ ରେ ବସିଛନ୍ତି। ତାଙ୍କ ଅଭିଯୋଗ ଯେ ପ୍ରତିଦିନ ଶାଳଣିଆ, ବିଷ୍ଣୁପୁର, ଏଲକଣିଆ ଗ୍ରାମ ମଧ୍ୟ ଦେଇ ହାଇୱା, ଦଶଚକିଆ, ବାରଚକିଆ ବାଲିଗାଡି ଗୁଡିକ ଦ୍ରୁତ ଗତିରେ ଯାତାୟାତ କରୁଛନ୍ତି। ଫଳରେ ଅନେକ ସମୟରେ ଦୁର୍ଘଟଣା ମାନ ଘଟୁଛି। ବିଶେଷ କରି ଏହି ରାସ୍ତା କଡରେ ଅନେକ ସ୍କୁଲ ଥିବାରୁ ଛାତ୍ରଛାତ୍ରୀ ମାନେ ଯିବା ଆସିବା କରିବା ପାଇଁ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏନେଇ ବାରମ୍ବାର ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଉନି ବୋଲି ସେ ଅଭିଯୋଗ କରିବା ସହ ସ୍କୁଲ ସମୁଖରେ ଆଜି ଠାରୁ ସୁବାସ ଯେନା ନାମକ ଜଣେ ଗ୍ରାମବାସୀ ଅନଶନ ରେ ବସିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ