ଭାରିଯାନ ଚଳାଚଳ ବନ୍ଦକରିବା ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଲେ କଣମଣା ପଞ୍ଚାୟତବାସୀ

ଛତ୍ରପୁର, : ଗୋପାଳପୁର ପୋର୍ଟ ଓ ଆଇଆରଇକୁ ମାଲ ପରିବହନ ନିମନ୍ତେ ଭାରୀଯାନା ଚଳାଚଳ କାରବାର କୁ ପୁଣି ବିରୋଧ କଲେ କଣମଣା ପଞ୍ଚାୟତବାସୀ । ଏନେଇ ଆଜି କଣମଣା ଗ୍ରାମପଞ୍ଚାୟତ ସରପଞ୍ଚ ଏସ୍.ଚକ୍ରପାଣି ରେଡ୍ଡୀ, ସମିତି ସଭ୍ୟା ରଶ୍ମିତା ବେହେରାଙ୍କ ସମେତ ପଞ୍ଚାୟତ ଶତାଧିକ ମହିଳା ଓ ପୁରୁଷ ମାନେ ଗୋପାଳପୁର ବନ୍ଦର ଓ ଆଇଆରଇକୁ ମାଲ ପରିବହନ ପାଇଁ କାଳିଆବାଲି ଛକଠୁ ମାଟିଖାଲ ଏବଂ ପୁରୁଣା ଛତ୍ରପୁର ଦେଇ କଣମଣା ରାସ୍ତା ଦେଇ ଯାଉଥିବା ଭାରୀଯାନ ଚଳାଚଳ ବନ୍ଦ କରିବା ସକାଶେ ଏକ ଦାବୀ ପତ୍ର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲକ୍ଷ୍ମୀକାନ୍ତ ସେଠୀଙ୍କୁ ଭେଟି ପ୍ରଦାନ କରାଯାଇଛି । ସେମାନେ କହିବା ଅନୁସାରେ ଜିଲ୍ଲାପ୍ରଶାସନ ପକ୍ଷରୁ ଜୁଲାଇ ୩୦ତାରିଖ ପର୍ଯ୍ୟନ୍ତ ଭାରିଯାନ ଚଳାଚଳ ଚାଲିବ ବୋଲି କହିଥିଲେ । ଆଜି ମଧ୍ୟ ଶହ ଶହ ଗାଡି ଅଟକି ରହିଛି ଚଳାଚଳ କରୁଛି । ଯାହାଫଳରେ ଆଜି କଣମଣା ପଞ୍ଚାୟତ ଅନ୍ତର୍ଗତ ମାଟିଖାଲ ଗ୍ରାମ ଜଣେ କଲେଜ ଛାତ୍ରୀଙ୍କୁ ଏକ ପଥର ବୋଝେଇ ହାଇୱା ଗାଡି ଧକ୍କା ଦେଇଛି । ସେ ମୃତ୍ୟୁମୁଖରୁ ବଞ୍ଚିତ ହୋଇ ଗୁରୁତର ଆହାତ ହୋଇଛନ୍ତି । ଏହି ରାସ୍ତା ଗୁଡିକ ଦେଇ ଦୈନିକ ଶହ ଶହ ଗାଡି ଯିବା ଆସିବା ଦ୍ୱାରା ଆମ୍ଭ ମାନଙ୍କ ଜୀବନ ପ୍ରତି ବିପଦ ରହିଛି । ତେଣୁ ଏହାର କୈାଣସି ସମାଧାନ ବାହାର କରିବା ପର୍ଯ୍ୟନ୍ତ ସେହି ରାସ୍ତା ଗୁଡିକରେ ଗାଡି ଚଳାଚଳ ବନ୍ଦ କରାଯାଉ । ନଚେତ୍ ଆମେ ଗାଡି ଗୁଡିକ ବନ୍ଦ କରିଦେବୁ ମଧ୍ୟ ଚେତାବନୀ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ କହିଥିଲ ଯେ ଗୋପାଳପୁର ବନ୍ଦର କୁ ପାକିଂ ବ୍ୟବସ୍ଥା କରିବାକୁ କୁହାଯାଇଛି । ଏହାର ସମାଧାନ କରିବା ନିମନ୍ତେ ଆମେ ଚେଷ୍ଟା କରୁଛୁ । ଜିଲ୍ଲାପାଳ ଆଉ କିଛି ଦିନ ପରେ ଡାକି ଏହାର ସମାଧାନ ପାଇଁ ବୈଠକ କରି ବାଟ ବାହାର କରିବେ ବୋଲି କହିଥିଲେ । ପଞ୍ଚାୟତବାସୀ ଶୁଣିବାକୁ ନାରଜ ଥିଲେ । ପୁର୍ବରୁ ଆମକୁ ପ୍ରତିଶୃତି ଦିଆଯାଇଥିଲା ଯେ ସମାଧାନ ନହେଲା ପର୍ଯ୍ୟନ୍ତ ଏହି ରାସ୍ତା ଗୁଡିକ ଦେଇ ଭାରିଯାନ ଚଳାଚଳ ହେବ ନାହିଁ ।ମାତ୍ର ପୁଣି ଆସିଲା ପୁଣି ୩୦ତାରିଖ ଦିନ ଯାଇ ପ୍ରତିଶ୍ରୃତି ଦେଲେ ପୁଣି ଆଜି ପର୍ଯ୍ୟନ୍ତ ଗାଡି ଗୁଡିକ ଆସୁଛି ବୋଲି ସରପଞ୍ଚ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ