ଭାରୋତ୍ତଳନରେ ରୌପ୍ୟ ପଦକ ପାଇଲେ ଶୁଭାଶିଷ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି ସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ର ଶୁଭାଶିଷ ରଥ ରାଜ୍ୟସ୍ତରୀୟ ଭାରୋତ୍ତଳନ ପ୍ରତିଯୋଗିତା ରେ ଅଂଶଗ୍ରହଣ କରି ରୌପ୍ୟ ପଦକ ହାସଲ କରିଛନ୍ତି।ରବିବାର ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମର ବିଜୁ ପଟ୍ଟନାୟକ ଭାରୋତ୍ତଳନ କକ୍ଷରେ   ଆୟୋଜିତ ପ୍ରଥମ ଓଡ଼ିଶା ଅନ୍ତଃ ତୃଣମୂଳସ୍ତରୀୟ ୧୪ ବର୍ଷ ରୁ କମ୍ ବର୍ଗ ର ୩ ଦିନିଆ କ୍ରୀଡା ଚମ୍ପିୟାନସିପ  ଭାରୋତ୍ତଳନ ପ୍ରତିଯୋଗିତାରେ  ଶୁଭାଶିଷ ଭାଗ ନେଇ  ଦ୍ୱିତୀୟ ସ୍ଥାନ ହାସଲ କରି ରୌପ୍ୟ ପଦକ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ।  ସେ ସମଗ୍ର ଦିଗପହଣ୍ଡି ବ୍ଲକ ତଥା ଏନଏସି ପାଇଁ ଗୌରବ ଆଣିଦେଇଛନ୍ତି। ସେ ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଭାରତ୍ତୋଳନ ଅଭ୍ୟାସ କରୁଥିଲେ । କ୍ରୀଡ଼ା ପ୍ରଶିକ୍ଷିକା ରାଜେଶ୍ୱରୀ ବେହେରା ଙ୍କ ସୁଦକ୍ଷ ତାଲିମ ଯୋଗୁଁ ଶୁଭାଶିଷ ଏହି ସଫଳତା ପାଇପାରିଥିବା କହିଛନ୍ତି । ପଦ୍ମନାଭପୁର ପଞ୍ଚାୟତ ଭୀମପୁର ଶାସନ ର ଖବରଦାତା ଶିବ ପ୍ରସାଦ ରଥ ଓ ରଶ୍ମିତା ରଥଙ୍କ ଜ୍ୟେଷ୍ଠ ପୁତ୍ର ଶୁଭାଶିଷ  ଦିଗପହଣ୍ଡି ଆନନ୍ଦ ନଗରରେ ରହି ପାଠ ପଢୁଛନ୍ତି ।ଦିଗପହଣ୍ଡି ଇଣ୍ଡୋର ଷ୍ଟାଡିୟମ ମୂଖ୍ୟ କ୍ରୀଡା ପ୍ରଶିକ୍ଷକ ନୀଳମାଧବ ପଣ୍ଡା ଙ୍କ ସମେତ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ