ଭାରୋତ୍ତଳନରେ ସ୍ଵର୍ଣ୍ଣ ପଦକ ଜିତି ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ରାଧାରାଣୀ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି ବଡ଼ ବ୍ରାହ୍ମଣ ସାହି ରେ ରହୁଥିବା ପଦ୍ମନାଭପୁର ଗ୍ରାମର ନବମ ଶ୍ରେଣୀ ଛାତ୍ରୀ ରାଧାରାଣୀ ପାଣିଗ୍ରାହୀ ଭାରୋତ୍ତଳନ ପ୍ରତିଯୋଗିତା ରେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି।  ସେ ଦିଗପହଣ୍ଡି ବ୍ଲକ  ସିଦ୍ଧେଶ୍ୱର ଗ୍ରାମ ସ୍ଥିତ ଓଡ଼ିଶା  ଆଦର୍ଶ ବିଦ୍ୟାଳୟ ର ଛାତ୍ରୀ। ଓଡ଼ିଶା ରାଜ୍ଯ ବିଦ୍ୟାଳୟ ସମୂହ କ୍ରୀଡା ସଙ୍ଗଠନ ଆନୁକୂଲ୍ୟରେ ମଙ୍ଗଳବାର ବ୍ରହ୍ମପୁର ଷ୍ଟାଡିୟମ ଠାରେ ୧୪ ଓ ୧୭ ବର୍ଷରୁ କମ ବାଳିକା ଓ ବାଳକ ବର୍ଗର   ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଆୟୋଜିତ ହୋଇଥିବା ଭାରୋତ୍ତଳନ  ପ୍ରତିଯୋଗିତାରେ ରାଧାରାଣୀ ଅଂଶଗ୍ରହଣ କରି ୫୦ କେଜି ବିଶିଷ୍ଟ ପାଉଣ୍ଡ ଉଠାଇ ସ୍ଵର୍ଣ୍ଣ ପଦକ ପାଇଁ ବିବେଚିତ ହୋଇଥିଲେ। ସେ ବିଜୟୀ ହେବା ପରେ ଆସନ୍ତା ଡିସେମ୍ବର ୧୨  ରେ ମଣିପୁର ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ଭାରୋତ୍ତଳନ ପ୍ରତିଯୋଗିତା ନିମନ୍ତେ ଚୟନ ହୋଇଥିବା ଜଣାପଡ଼ିଛି। ଦିଗପହଣ୍ଡି ବ୍ଳକ ପଦ୍ମନାଭପୁର ଗ୍ରାମର ସ୍ବର୍ଗତ ସୁରେନ୍ଦ୍ର ପାଣିଗ୍ରାହୀ ଏବଂ ମା ପ୍ରଭାସିନୀ ପାଣିଗ୍ରାହୀଙ୍କ କନ୍ୟା ରାଧାରାଣୀ  ଦିଗପହଣ୍ଡି  ରେ  ମାମୁଁ ପ୍ରଶାନ୍ତ ପୂଜାରୀ ଙ୍କ ଘରେ  ରହି ସେ ପାଠ ପଢୁଛନ୍ତି  । ତାଙ୍କର ଏହି ସଫଳତା  ସମଗ୍ର ଦିଗପହଣ୍ଡି ବ୍ଳକ ଓ ଏନ୍ଏସି ଅଞ୍ଚଳ ପାଇଁ ଗୈାରବ ଆଣିଥିବା ବେଳେ ବିଭିନ୍ନ ମହଲରୁ ରାଧାରାଣୀଙ୍କୁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟୁଥିବା ଜଣାପଡିଛି । 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ