ଭାଲିଆସାହି ସରକାରି ଉଚ୍ଚ ବିଦ୍ୟାଳୟରେ ୧୨୫ତମ ନେତାଜି ଜୟନ୍ତୀ ପାଳିତ
ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ଆର.ଉଦୟଗିରି ନିକଟସ୍ଥ ସ୍ଥାନୀୟ କେଏମ ଭାଲିଆସାହି ସରକାରୀ ଉଚ୍ଚବିଦ୍ୟାଳୟଠାରେ କୋଭିଡ ନିୟମକୁ ମାନି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ଦଳବେହେରା ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ନେତାଜୀ ସୁବାଷଚନ୍ଦ୍ର ବୋଷଙ୍କ ଫୋଟରେ ପୁଷ୍ପ ମାଲ୍ୟ ଦେଇ ଦୀପକ ପ୍ରଜ୍ଵଳନକରି ନେତାଜୀଙ୍କ ବିଷୟରେ ଗୁଣ ଗାନ କରିଥିଲେ | ଏହା ସହ ସମସ୍ଥ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିବା ସହ ଶୌଚାଳୟ ସଫାସୁତୁରା କରିବା ସହ ବିଦ୍ୟାଳୟ ପରିସରରେ ପଡିରହିଥିବା ଅଳିଆ ଆବର୍ଜନାକୁ ସଫା କରିଥିଲେ | ଏହି କାର୍ଯ୍ୟକ୍ରମରେ ରାମଚନ୍ଦ୍ର ଦଳବେହେରା , ବାଲାଜି କୁମାର ପରିଛା , ପୁଷ୍ପାଞ୍ଜଳି ଶବର , ସୁଷମା, କିଶୋରଚନ୍ଦ୍ର ଦଣ୍ଡସେନା , ଦିଗାମ୍ବର ଦାଶ , ପ୍ରହ୍ଲାଦ ସିଆଳ , ଅଶୋକ ପଣ୍ଡା ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ କୋଭିଡିନୟମ ପାଳି ଜୟନ୍ତୀ ପାଳନ କରିଥିଲେ |


