ଭାଲୁଗୁଡ଼ା ସେବାଶ୍ରମ ବିଦ୍ୟାଳୟରେ ଶିକ୍ଷକ ସହଭାଗିତା କାର୍ଯ୍ୟକ୍ରମ

ମାଲକାନଗିରି,(ଡଃ ଶିବ ନାରାୟଣ ପାତ୍ର):ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଭାଳୁଗୁଡ଼ା ସେବାଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭବେନ ଚନ୍ଦ୍ର ବର୍ମନ୍ ଙ୍କ ସଭାପତିତ୍ବରେ ଅଭିଭାବକ ଶିକ୍ଷକ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ସାଧନ ସଂଯୋଜକ ନିତ୍ୟାନନ୍ଦ ମହଲଦାର, ମୁଖ୍ୟ ବକ୍ତା ଭାଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିବାନନ୍ଦ ବେହେରା , ସମ୍ମାନୀତ ଅତିଥି ବିଦ୍ୟାଳୟ ପରିଚଳନା କମିଟି ର ସଭାପତି ବୁଦ୍ଧ ଦେବ ପାଙ୍ଗି ଯୋଗଦାନ କରିଛନ୍ତି । ସର୍ବପ୍ରଥମେ ଦେବପୂଜନ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା । ଅନୁସୂଚୀତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ଶିକ୍ଷା, ସ୍ବାସ୍ଥ୍ୟ ତଥା ବିଦ୍ୟାଳୟର ବିକାଶ ପାଇଁ ଅଭିଭାବକଙ୍କ ଭୂମିକା ସଂପର୍କରେ ଶିକ୍ଷକ, ଅଭିଭାବକ ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ମୁକ୍ତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ବକ୍ତା ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଯଥା-ଛାତ୍ରବୃତ୍ତି, ସହିଦ୍ ମୋଧୋରୋ ସିଂ ହାତ ଖର୍ଚ୍ଚା, ମୁଖ୍ୟମନ୍ତ୍ରୀ ଛାତ୍ର ପ୍ରୋତ୍ସାହାନ ଯୋଜନା, ପ୍ରାକ୍ ମେଟ୍ରିକ୍ ଛାତ୍ର ବୃତ୍ତି , ପରବର୍ତ୍ତୀ ମାଟ୍ରିକ ଛାତ୍ର ବୃତ୍ତି ସଂପର୍କରେ ଅଭିଭାବକ ମାନଙ୍କୁ ସଚେତନ କରାଇଥିଲେ ଓ ଶେଷରେ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଧନା ପ୍ରଦାନ କରାଯାଇଥିଲା ,ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ବନବାସୀ ଚୌଧୁରୀ ପରିଚାଳନା କରୁଥିବା ବେଳେ ଶିକ୍ଷୟତ୍ରୀ ସଂଘମିତ୍ରା କରସୁଦ୍ଧା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିବା ସହ ଶିକ୍ଷୟତ୍ରୀ ଶ୍ରୀମତୀ ନାୟକ ଓ ଅତିଥି ଶିକ୍ଷୟତ୍ରୀ ତନୁଜା ଅନୁଶ୍ରୀ ରାଉତ ଓ ମେଟ୍ରୋନ ମମତା ମହାନ୍ତି ସହଯୋଗ ପ୍ରଦାନ‌ କରିଥିଲେ,

Spread the love

Advertisement

ଏବେ ଏବେ