ଭାଲୁ ଆକ୍ରମଣରେ ବୃଦ୍ଧା ଗୁରୁତର

ଜୟପୁର ,(ଓ୍ବାଇଏନ୍ଏସ୍):ଭାଲୁ ଆକ୍ରମଣରେ ଜଣେ ଗୁରୁତର ପରି ଏକ ଘଟଣା ଏବେ ସାମ୍ନାକୁ ଅସିଛି l ବୈପାରୀଗୁଡା ବନାଞ୍ଚଳ ଅନ୍ତର୍ଗତ ମଠପୋଡା ପଂଚାୟତର କେନ୍ଦୁଗୁଡା ଗ୍ରାମର ଜଣେ ବୃଦ୍ଧା ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ହେଲେ ଧନୁର୍ଯ୍ୟନ ଗୌଡ଼ଙ୍କ ସ୍ତ୍ରୀ ସୋନି ଗୌଡ଼ (୪୫) l ଆକ୍ରମଣରେ ତାଙ୍କର ଡ଼ାହାଣ ଗୋଡ଼ଟି ଅଧିକ କ୍ଷତ ହୋଇଛି। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଜୟପୁର ମେଡ଼ିକାଲ ନିଆଯିବ ବୋଲି ସୂଚନା ମିଳିଛି l ପ୍ରତିଦିନ ପରି ଆଜି ମଧ୍ୟ ଗାଁ ନିକଟସ୍ଥ ଜଙ୍ଗଲକୁ ଜlଳନି କାଠ ସଂଗ୍ରହ କରିବାକୁ ସେହି ଗ୍ରାମର ୩ ଜଣ ବୃଦ୍ଧା ଯାଉଥିବା ସମୟରେ ସୋନି ଭାଲୁ ଆକ୍ରମଣର ଶିକାର ହୋଇଥିଲେ ବୋଲି ସୂଚନା ମିଳିଛି। ସେ ଗରିବ ଶ୍ରେଣୀର ହୋଇଥିବା ହେତୁ ଲକଡାଉନ ପରି ଜରୁରୀ କାଳୀନ ପରିସ୍ଥିତିରେ ସରକାରୀ ସାହାଯ୍ୟ ଅତିଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ