ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର
କଳାହାଣ୍ଡି , ( ଯୁଗାବ୍ଦ ନ୍ୟୁଜ) : କଳାହାଣ୍ଡି ଜିଲ୍ଲା କୋକସାରା ବ୍ଲକ ଅଞ୍ଚଳରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ଆହାତ ହୋଇଛନ୍ତି । ଗୁରୁବାର ପାହାନ୍ତିଆରେ କୋକସରା ବ୍ଲକ ଡେଙ୍ଗାଗୁଡା ଗ୍ରାମର ବୃଦ୍ଧା ସୁରେଖା ବାଗ ଶୌଚ ପାଇଁ ଘର ନିକଟକୁ ଯାଇଥିବା ବେଳେ ପାଖ ଡୋଙ୍ଗରରେ ଥିବା ଏକ ଭାଲୁ ଗାଁ ନିକଟକୁ ଚାଲି ଆସି ବୃଦ୍ଧାଙ୍କୁ ହଠାତ ଆକ୍ରମଣ କରିଥିଲା । ବୃଦ୍ଧାଙ୍କ ଚିତ୍କାର ଶୁଣି ପରିବାର ଲୋକେ ଉଦ୍ଧାର କରି କୋକସରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତ୍ତି କରିଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ।