ଭାଲୁ ଆକ୍ରମଣରେ ଵୃଦ୍ଧ ଗୁରୁତର
କଳାହାଣ୍ଡି , (ଯୁଗାବ୍ଦ ନ୍ୟୁଜ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡେଙ୍ଗାଗୁଡା ଅଧିନସ୍ଥ ତେନ୍ତୁଳିପଡାରେ ଏକ ଜଙ୍ଗଲୀ ଭାଲୁ ଆକ୍ରମଣ ରେ ଜଣେ ଵୃଦ୍ଧ ଗୁରୁତର ହୋଇଛନ୍ତି। ଵୃଦ୍ଧ ଜଣକ ହେଲେ ମାଧବ ସୁନାନୀ (୭୦) । ଶନିବାର ସେ ଚାଷ ଜମିରେ ଥିବା ସମୟରେ ପାଖ ଜଙ୍ଗଲରୁ ଏକ ଭାଲୁ ଅଚନାକ ଆକ୍ରମଣ କରିବାରୁ ବୃଦ୍ଧ ଜଣକ ଚିତ୍କାର କରିଥିଲେ । ଫଳରେ ତାଙ୍କ ଚିତ୍କାର ଶବ୍ଦ ଶୁଣି ପାଖ ଜମିରେ ଥିବା ଲୋକେ ଆସି ତାଙ୍କୁ ଉଦ୍ଧାର କରି କୋକସରା ଡାକ୍ତରଖାନାରେ ଭର୍ତି କରିଥିବା ବେଳେ ତାଙ୍କୁ ଡାକ୍ତର ଜିଲ୍ଲା ମୁଖ୍ୟାଳୟକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରିଛନ୍ତି। ବାରମ୍ବାର ଏହି ଅଞ୍ଚଳରେ ଖାଦ୍ୟ ଅନ୍ୱେଷଣରେ ଭାଲୁ ଚାଲି ଆସୁଥିବାବେଳେ ଲୋକଙ୍କୁ ଆକ୍ରମଣ କରୁଥିବା ଦେଖିବାକୁ ମିଳୁଛି । ବନ ବିଭାଗର କର୍ମଚାରୀ ମାନେ ନାମକୁ ମାତ୍ର ରହିଥିବା ବେଳେ ଲୋକଙ୍କୁ ସୁରକ୍ଷା ଦେବାରେ ଅସମର୍ଥ ନେଇ ଅସନ୍ତୋଷ ଦେଖାଦେଇଛି। ।


