ଭାଲୁ ଘଉଡାଇବା ନେଇ ଫରେଷ୍ଟର ଓ ସାମ୍ବାଦିକ ହାତାହାତି, ଥାନାରେ ମାମଲା
କଳାହାଣ୍ଡି,(ଚିତ୍ତରଞ୍ଜନ ବିଷି ):ଦକ୍ଷିଣ ବନଖଣ୍ଡ ଧର୍ମଗଡ଼ ରେଞ୍ଜ ଆମପାଣି ଫରେଷ୍ଟର ସେକ୍ସନ ର ଫରେଷ୍ଟର ଚିତ୍ତରଞ୍ଜନ ବେହେରା ଓ ଜଣେ ଗଣମାଧ୍ୟମ ପ୍ରତିନିଧି ଙ୍କ ମଧ୍ୟରେ ଭାଲୁ ଘଉଡାଇବା ପାଇଁ ଯୁକ୍ତିଯୁକ୍ତ ସହ ହାତାହାତି ହୋଇଥିବା ବେଳେ ଫରେଷ୍ଟର ଚିତ୍ତରଞ୍ଜନ ବେହେରା ଆମପାଣି ଥାନାରେ ସାମ୍ବାଦିକ ତ୍ରିଲୋକ୍ୟ ବେଶ୍ରା ଙ୍କ ନାଁରେ ମାମଲା ରୁଜୁ କରିଛନ୍ତି। ପରେ ସାମ୍ବାଦିକ ତ୍ରିଲୋକ୍ୟ ବେଶ୍ରା ମଧ୍ୟ ଫରେଷ୍ଟର ଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ସୂଚନା ମତେ ସୋମବାର କୋକସରା ବ୍ଲକ କାଉଡୋଳା ଗ୍ରାମ ର ଜନବସତି କୁ ପାଖ ଜଙ୍ଗଲ ରୁ ଏକ ଭାଲୁ ଆସିଥିବା ବେଳେ ସ୍ଥାନୀୟ ଗ୍ରାମବାସୀମାନେ ଏନେଇ ଆତଙ୍କିତ ହୋଇ ପଡ଼ିଥିଲେ। ଭାଲୁ ଟି ଦିର୍ଘ ସମୟ ଧରି ହରିଜନ ପଡା ନିକଟରେ ଥିବା ବେଳେ ଏନେଇ ସାମ୍ବାଦିକ ବେଶ୍ରା ସ୍ଥାନୀୟ ଆମପାଣି ଫରେଷ୍ଟର ବେହେରା ଙ୍କୁ ମୋବାଇଲରେ ଯୋଗାଯୋଗ କରି ଶୀଘ୍ର ଟିମ ନେଇ ଭାଲୁ କୁ ଘଉଡାଇବା କୁ କହିଥିଲେ। ତେବେ ବିଳମ୍ବ ହେବାରୁ ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅଧିକାରୀ ଙ୍କୁ ମଧ୍ୟ ବିଭାଗୀୟ ଅଧିକାରୀ ଙ୍କ ଅବହେଳା କୁ ନେଇ ଅଭିଯୋଗ କରିଥିଲେ। ତେବେ ଘଟଣା ର ଦିର୍ଘ ୩/୪ ଘଣ୍ଟା ପରେ ଫରେଷ୍ଟର ସଦଲବଳ ଆସିଥିବା ବେଳେ ଏତେ ବିଳମ୍ବରେ କାହିଁକି ଆସିଲେ ବୋଳି ସାମ୍ବାଦିକ ପ୍ରଶ୍ନ କରିବା ସହ ଫରେଷ୍ଟର ଙ୍କ ପ୍ରତିକ୍ରିୟା ମୋବାଇଲରେ ରେକର୍ଡ କରୁଥିବା ଦେଖି ଫରେଷ୍ଟର ଉତ୍ତେଜିତ ହୋଇ ସାମ୍ବାଦିକ ଙ୍କ ମୋବାଇଲ ଛଡାଇ ନେବାକୁ ଚେଷ୍ଟା କରିଥିଲେ। ଏହି ଘଟଣା କୁ ନେଇ ଉଭୟ ଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଫରେଷ୍ଟର ଆମପାଣି ଥାନାରେ ସାମ୍ବାଦିକ ଙ୍କ ନାଁରେ ଅଭିଯୋଗ ସହ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ପରେ ସାମ୍ବାଦିକ ମଧ୍ୟ ଫରେଷ୍ଟର ଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି।ଏହି ଘଟଣା କୁ ନେଇ କଳାହାଣ୍ଡି ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ କୋକସରା ବ୍ଲକ ସଙ୍ଘ ପକ୍ଷରୁ ବନ ବିଭାଗ ଅଧିକାରୀ ଙ୍କ ଜଣେ ଖବର ସଂଗ୍ରହ କରୁଥିବା ଗଣମାଧ୍ୟମ ପ୍ରତିନିଧି ଙ୍କୁ ଆକ୍ରମଣ ଘଟଣା କୁ ଦୃଢ଼ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି।