ଭାଲେଣ୍ଟାଇନ୍ ଡେ ପାଳିବେ ସାରା- କାର୍ତ୍ତିକ

ମୁମ୍ବାଇ : ସମ୍ପ୍ରତି ଇମ୍‌ତିଆଜ୍ ଅଲ୍ଲୀଙ୍କ ଫିଲ୍ମ ‘ଲଭ୍ ଆଜ୍‌କଲ୍‌’କୁ ନେଇ ବଲିଉଡ୍‌ରେ ଚର୍ଚ୍ଚା ଜୋର୍ ଧରିଛି। ଇତିମଧ୍ୟରେ ଫିଲ୍ମର ଟ୍ରେଲର ରିଲିଜ୍ ହୋଇ ସାରିଛି। ଟ୍ରେଲର ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଛି। ଫିଲ୍ମଟି ଫେବୃୟାରୀ ୧୪ ଭାଲେଣ୍ଟାଇନ୍ ଡେରେ ରିଲିଜ୍ ହେବ ବୋଲି କୁହାଯାଉଛି। ଏହି ଦିନ ସାରା ଦୁନିଆ ଭାଲେଣ୍ଟାଇନ୍ ଡେ ପାଳନ କରୁଥିବାବେଳେ ରିଲ୍ ଲାଇଫ୍‌ରେ କାର୍ତ୍ତିକ ଆର୍ୟ୍ୟଭନ୍ ଏବଂ ସାରା ଅଲ୍ଲୀ ଖାଁ ମଧ୍ୟ ଏହାକୁ ପାଳିବେ। ପ୍ରେମୀ ଦିବସର ଉପହାର ସେମାନଙ୍କ ପ୍ରଶଂସକଙ୍କୁ ନିଜର ଅଭିନୟ ମାଧ୍ୟମରେ ପ୍ରଦାନ କରିବେ। ଇମ୍‌ତିଆଜ୍‌ଙ୍କ ଫିଲ୍ମରେ ଉଭୟ କାର୍ତ୍ତିକ ଏବଂ ସାରା ପ୍ରଥମ ଥର ପାଇଁ ଅଭିନୟ କରୁଛନ୍ତି। ଏହା ସଫଳ ହେବା ଉପରେ ସେମାନଙ୍କ କ୍ୟାରିୟର ମଧ୍ୟ ନିର୍ଭର କରୁଛି। କାର୍ତ୍ତିକ-ସାରାଙ୍କ ସମ୍ପର୍କ ନେଇ ବଲିଉଡ୍‌ରେ ଚର୍ଚ୍ଚା ମଧ୍ୟ ଜାରି ରହିଛି। ତେବେ କାର୍ତ୍ତିକ କହିଛନ୍ତି ଯେ, ସେ ସାରାଙ୍କ ସହିତ ଏହି ଫିଲ୍ମ ଫେବ୍ରୁଆରୀ ୧୩ କିମ୍ବା ୧୪ରେ ଏକାଠି ଦେଖିବେ ବୋଲି ଯୋଜନା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ