ଭାଵନୀପାଟଣା ରେ ପ୍ରଶାସନ ର ଅପାରଗତା ବେଧଡକରେ ଚାଲିଛି ସାପ୍ତାହିକ
କଳାହାଣ୍ଡି :କରୋନା ମହାମାରୀ କୁ ନେଇ ବିଶ୍ୱ ଥରହର ହେଉଥିବା ବେଳେ ଏହି ମହାମାରୀ ଠାରୁ ଜିତିବା ପାଇଁ ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଆହ୍ବାନ ଦିଆଯାଇଥିବା ୨୧ ଦିନିଆ ଲକ ଡାଉନ ପାଳନ କରିଛନ୍ତି।ଏହା ୪ ଦିନ ହେଲା କିନ୍ତୁ ଭବାନୀପାଟଣା ର ଲୋକେ ଏହା ମାନିବାକୁ ନାରାଜ ସାମାଜିକ ଦୂରତ୍ୱ କୁ ଦୃଷ୍ଟିରେ ରଖି ଭାଵନୀପାଟଣା ର ସ।ପ୍ତ।ହିକ ବଜାର କୁ ଲାଲବହାଦୁର ଷ୍ଟେଡିୟମ କୁ ସ୍ଥାନତାରିତ କରାଯାଇଛି ହେଲେ ଏଠି ନିୟମ ମାନିବାକୁ ଲୋକେ ନାରାଜ । ଦେଖିବାକୁ ଗଲେ କାଳାହାଣ୍ଡି ଭାଵନୀପାଟଣା ରେ ମଧ୍ୟ ଗାଡି ମଟର ଚାଲିବା ଦେଖିବା କୁ ମିଳିଛି । ଏନେଇ ସଚେତନା ରକ୍ଷା କରିଥିବା ଲୋକଙ୍କ ମନରେ ଡର ଦେଖିବାକୁ ମିଳିଛି । ଏହା ଟାଉନ ପୋଲିସ ଓ ପ୍ରଶାସନ ଉପରେ ଲୋକଙ୍କ ଆସ୍ଥା ଭାଙ୍ଗୁଛି।


