ଭାଷାଜ୍ଞାନରେ ସ୍ନିଗ୍ଧା, ସୁନ୍ଦର ହସ୍ତାକ୍ଷରରେ ଅର୍ଚ୍ଚିନା ଏବଂ ଚିତ୍ରାଙ୍କନରେ ରୋହନ୍ ପ୍ରଥମ
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ପେଣ୍ଠସାହି ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଆଜି ସମ୍ବାଦ ଆମ ଓଡ଼ିଶା ଆନୁକୂଲ୍ୟରେ ଚିତ୍ରାଙ୍କନ,ଭାଷାଜ୍ଞାନ ଓ ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି I ଏଥିରେ ବେଲଗୁଣ୍ଠା ବ୍ଳକ୍ ଓ ଏନ୍ଏସିର 32 ଟି ବିଦ୍ୟାଳୟର 278 ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ I ସୁନ୍ଦର ହସ୍ତାକ୍ଷରରେ 127 ଜଣ, ଚିତ୍ରାଙ୍କନରେ 93 ଜଣ ଏବଂ ଭାଷାଜ୍ଞାନରେ 58 ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ I ପ୍ରତିଯୋଗୀତାରେ ଭାଷାଜ୍ଞାନ ପରୀକ୍ଷାରେ ବେଲଗୁଣ୍ଠା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଦଶମ ଶ୍ରେଣୀ ଛାତ୍ରୀ ସ୍ନିଗ୍ଧା ପୋଲାଇ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ବେଲଗୁଣ୍ଠା ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ଦଶମ ଶ୍ରେଣୀ ଛାତ୍ରୀ ଲଭଲୀ ପଣ୍ଡା ଦ୍ୱିତୀୟ ଏବଂ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଦଶମଶ୍ରେଣୀ ଛାତ୍ରୀ କ୍ଷୀରାବ୍ଧୀ ତନୟା ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି I ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗୀତାରେ ବେଲଗୁଣ୍ଠା ନୋଡାଲ୍ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ଅର୍ଚ୍ଚନା ମିଶ୍ର ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ବଙ୍କା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ରୀ ଲିସାରାଣୀ ବେହେରା ଦ୍ୱିତୀୟ ଏବଂ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ସପ୍ତମ ଶ୍ରେଣୀ ଛାତ୍ରୀ ସାଇ ଶ୍ରୀୟା ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ I ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତାରେ ଭଗବତ ପାଟଣା ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଚ୍ଥାତ୍ର ରୋହନ କୁମାର ଲେଙ୍କା ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ସରସ୍ଵତୀ ଶିଶୁ ବିଦ୍ୟାଭବନର ଚତୁର୍ଥ ଶ୍ରେଣୀର ଛାତ୍ରୀ ଶୀତଲ ଭୋଳ ଦ୍ୱିତୀୟ ଏବଂ ସରସ୍ଵତୀ ଶିଶୁ ମନ୍ଦିରର ଚତୁର୍ଥ ଶ୍ରେଣୀର ଛାତ୍ର ସମିର ରଞ୍ଜନ ଶତପଥି ତୃତୀୟ ସ୍ଥାନ ହାସଲ କରିଥିଲେ I ଆଜିର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବା ସହ ସମ୍ବାଦ ଆମ ଓଡ଼ିଶାର ବିଭିନ୍ନ୍ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ I ସେହିପରି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ରୂପେ ବରିଷ୍ଠ ଆଇନଜୀବୀ ସନ୍ତୋଷ କୁମାର ପଣ୍ଡା,ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ପୂର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ, ଉପାଧ୍ୟକ୍ଷା ପ୍ରତିନିଧି ଲିଙ୍ଗରାଜ ପାତ୍ର, ବିଶିଷ୍ଟ ସମାଜସେବୀ ଭୀ ଦେବୀ ପ୍ରସାଦ ପାତ୍ର, କାଉନସିଲର୍ ଏସ୍ ଭାସ୍କର ପାତ୍ର, ବେଲଗୁଣ୍ଠା ବଣିକ ସଂଘ ସଭାପତି ସନତ୍ କୁମାର ସୁବୁଦ୍ଧି ପ୍ରମୁଖ ଯୋଗ ଦେଇଥିବା ବେଳେ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ସମ୍ପାଦକ ସୁଶାନ୍ତ କୁମାର ବେହେରା ସ୍ୱାଗତ ଭାଷଣ ଦେବା ସହ ମଞ୍ଚ ପରିଚାଳନା କରିଥିଲେ I ସାର୍ପ ଏଜୁକେସନ୍ ଅଧ୍ୟକ୍ଷ ସତ୍ୟନାରାୟଣ ସିଅ ଧନ୍ୟବାଦ ଦେଇଥିବା ବେଳେ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ପରିଚାଳନା କରିଥିଲେ I ସମସ୍ତ କାର୍ଯ୍ୟକ୍ରମକୁ ବେଲଗୁଣ୍ଠା ସମ୍ବାଦ ପ୍ରତିନିଧି ପ୍ରଦ୍ୟୁମ୍ନ ପାତ୍ର ପରିଚାଳନା କରିଥିଲେ I ଆଜିର କାର୍ଯ୍ୟକ୍ରମରେ ସାମ୍ବାଦିକ ତୋଫାନ କୁମାର ସାହୁ, ଶିବରାମ ଚୌଧୂରୀ, ପଞ୍ଚାନନ ସାହୁ, ସରୋଜ ଶତପଥି, ସୁରେଶ୍ ସୁବୁଦ୍ଧି,ଝାଡବନ୍ଧ ସମ୍ବାଦ ସାହିତ୍ଯଘଇ ସମ୍ପାଦକ ସନ୍ତୋଷ କୁମାର ବିଷୋୟୀ ଓ ଗୋବରା ସମ୍ବାଦ ସାହିତ୍ୟ ଘର ସହ ସମ୍ପାଦକ ଶିଶିର ସ୍ଵାଇଁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ I ଗାଙ୍ଗପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ଗୁରୁଜୀ ଶିବରାମ,ଶୁଭେନ୍ଦ୍ର, କୀର୍ତି ରଞ୍ଜନ, କାର୍ତ୍ତିକେଶ୍ୱର,, ବସନ୍ତ , ଗୁରୁମା ଶୁଭଶ୍ରୀ, ମହାଲକ୍ଷ୍ମୀ,ପିଙ୍କି, ପୁନି, ମାହେଶ୍ଵରୀ, ସନ୍ଧ୍ୟା, ଅର୍ପୀତା, ସୁଜାତା, ମାଧୁରୀ,ନୈନା ରାଣୀ ରାଊତ, ଶ୍ରୀ ଅରବିନ୍ଦ ଶିକ୍ଷା କେନ୍ଦ୍ରର ଗୁରୁମା ରଶ୍ମିତା ସାହୁ ପ୍ରମୁଖ ମୂଲ୍ୟାଙ୍କନ କରିଥିଲେ I ସରସ୍ୱତୀ ଶିଶୁ ବିଦ୍ୟାଭବନ ର ଶିବରାମ ପ୍ରଧାନ, ସରିତା ଜେନା,ସୁମିତ୍ରା,ସମସ୍ତ ଛାତ୍ରଛାତ୍ରୀଙ୍କୁ ଇ- ସାର୍ଟିଫିକେଟ ଯୋଗାଇ ଦିଆଯିବ ବୋଲି ସମ୍ବାଦ ପ୍ରତିନିଧି ପ୍ରଦ୍ୟୁମ୍ନ ପାତ୍ର ପ୍ରକାଶ କରିଥିଲେ I