ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା ବଞ୍ଚିରହିଲେ ଜାତିର ଉନ୍ନତି ସମ୍ଭବ : ଡଃ ପ୍ରକାଶ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଦୀର୍ଘ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱକାଳ ଧରି ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ଉନ୍ନତି ଓ ପ୍ରଚାର ପ୍ରସାର କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ଓଡିଆ ନବବର୍ଷ ପାଳନ ଅବସରରେ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘର ସଭାପତି ଡଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଓଡିଆସଂସ୍କୃତି ପୁରୁଷ ସମ୍ମାନରେ ସମ୍ମାନିତ କରାଯାଇଛି ।ଏହି ଉପଲକ୍ଷେ ଓଡିଶା ନାଗରିକ ମହାମଞ୍ଚ ତଥା ଓଡିଆସଂସ୍କୃତି ଓ ପରମ୍ପରାର ଜାଗ୍ରତ ପ୍ରହରୀ ନମାମି ମନ୍ଦାକିନୀ ଅନୁଷ୍ଠାନର ଅଧ୍ୟକ୍ଷ ତଥା ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ଅଧ୍ୟକ୍ଷତାରେ ରବିନ୍ଦ୍ରମଣ୍ଡପ ଠାରେ ଆୟୋଜିତ ଉତ୍ସବରେ ଶତାୟୁ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ହଟ୍ଟନାଥ ମଙ୍ଗରାଜ, ପୁର୍ବତନ ମନ୍ତ୍ରୀ ଡଃ ଦାମୋଦର ରାଉତ, ବିଜୟ ମହାପାତ୍ର, ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ, ସାରସ୍ୱତ ସାଧକ ଜିତେଦ୍ର ନାରାୟଣ ଦାସ, ଲୋକସଭା ଆୟୋଗ ସଦସ୍ୟ ତଥା ସାହିତ୍ୟିକ ନିରଞ୍ଜନ ସାହୁ, ପ୍ରଫେସର କୈଳାଶ ଚନ୍ଦ୍ର ଟିକାୟତ୍‌ ବରିଷ୍ଠ ପ୍ରଜ୍ଞା ଚାର୍ଯ୍ୟ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ବିଶିଷ୍ଟ ସ୍ତମ୍ଭକାର ତଥା ଶିଶୁ ସାହିତ୍ୟିକ ଦାସ ବେନୁହୁର ପ୍ରମୁଖଙ୍କ ଉପସ୍ଥିତିରେ ଡଃ ପ୍ରକାଶଙ୍କୁ ଉପୋଢୌକନ, ସ୍ମୃତିଫଳକ, ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଯୁବଗୋଷ୍ଠୀଙ୍କୁ ଏକାଠି କରିବା ତଥା ସେମାନଙ୍କୁ କୁସଙ୍ଗ ଓ ଅନ୍ୟାନ୍ୟ ଅହିତକର ସାମାଜିକ କାର୍ଯ୍ୟକଳାପରୁ ଦୂରେଇରଖି ଗଠନ ମୂଳକ କାର୍ଯ୍ୟକ୍ରମରେ ନିୟୋଜିତ କରିବା ଲକ୍ଷ୍ୟରେ ୧୯୯୪ ମସିହାରେ ଏହି ଅନୁଷ୍ଠାନ ପ୍ରତିଷ୍ଠା କରି ସାଂସ୍କୃତିକ ଜାଗରଣ ଓ ସେବା କାର୍ଯ୍ୟ କରିବା ସହ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ଗଠନ ତଥା କାର୍ଯ୍ୟକ୍ରମକୁ ଉତ୍ସାହ ପ୍ରଦାନ କରି ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ଉନ୍ନତି କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଇ ଆସୁଛନ୍ତି । ଦୀର୍ଘ ୨୭ ବର୍ଷରୁ ଉର୍ଦ୍ଧ୍ୱକାଳ ଧରି ନିରବ ଚ୍ଛିନ୍ନଭାବେ ଦୁଇଟି ଅହୋରାତ୍ର ସାମାଜିକ ନାଟକ ପରିବେଷଣକରି ଏକ ନିଆରା ପରମ୍ପରା ସୃଷ୍ଟି କରିପାରିଛନ୍ତି । ଡଃ ପ୍ରକାଶଡି.ଏ.ଭି ଅନୁଷ୍ଠାନ ସହ ମଧ୍ୟ ସେହି ସମୟରୁ ଜଡିତ ରହିଡି ଏ. ଭିଚନ୍ଦ୍ର ଶେଖରପୁର ଠାରେ ୨୩ ବର୍ଷ କାର୍ଯ୍ୟକରି ସମ୍ପ୍ରତି ଡି.ଏ. ଭି କଳିଙ୍ଗ ନଗରଠାରେ ବରିଷ୍ଠଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି । କାର୍ଯ୍ୟକ୍ରମକୁ ଅଧ୍ୟାପକ ଡ. ମୃତ୍ୟୁଞ୍ଜୟ ରଥ ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଡ. କେଶବ ଚନ୍ଦ୍ର ଶତପଥୀ, ସୀମାନ୍ତ ପ୍ରହରୀ ଭାବେ ପରିଚିତ କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା, ବିଚ୍ଛିନ୍ନାଞ୍ଚଳରେ ଓଡିଆଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ ସଂଗ୍ରାମକରି ଆସୁଥିବା ସରୋଜ କୁମାର ପ୍ରଧାନ, ସାମ୍ବାଦିକ ଅର୍ଦ୍ଧେନ୍ଦୁ ଶେଖର ଦାସ, ସମାଜସେବୀ ନାରାୟଣ ଚନ୍ଦ୍ର ଓଝା, ପ୍ରଦୀପ କୁମାର ବିଶ୍ୱାଳ, ଇଂ. ଶିଶିର ନାୟକ, ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ସମ୍ବର୍ଦ୍ଧନାର ଉତ୍ତରରେ ଡଃ ପ୍ରକାଶ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା ବଞ୍ଚି ରହିଲେ ଜାତିର ଉନ୍ନତିରେ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିବା ସହ ଏହାର ଶ୍ରେୟ ଅନୁଷ୍ଠାନର ସମସ୍ତ ସଦସ୍ୟଙ୍କୁ ପ୍ରଦାନ କରିବା ସହ ଏତେ ଦୀର୍ଘ ସମୟ ଧରି ସାଙ୍ଗରେ ରହିଥିବାରୁ ଧନ୍ୟବାଦ ଦେଇଥିଲେ । ଏହିପରି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଚାଲୁ ରହିବ ବୋଲି ମତବ୍ୟକ୍ତ କରିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଡଃ ପ୍ରକାଶ ତଥା ଅନୁଷ୍ଠାନର ଏହିସଫଳତା ଓ କାର୍ଯ୍ୟକ୍ରମ ପାଇଁ ବୁଦ୍ଧିଜୀବି ମହଲରେ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ