ଭାସୁଥିବା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର,କାରଣ ଅସ୍ପଷ୍ଟ

କୁକୁଡାଖଣ୍ଡି,( ବିଭୂନନ୍ଦନ ପଣ୍ଡା):  ଭାସୁଥିବା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର I ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଡ଼େଙ୍ଗାପଦର ଗ୍ରାମର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି I ଯୁବକ ଜଣଙ୍କ ଲାଞ୍ଜିଆ ଗ୍ରାମର ସୁବାସିସ ଚୋଧୁରୀ ହୋଇଥିବା ବେଳେ ଗତକାଲି ରାତି ୧୧ରେ କିଛି ସାଙ୍ଗ ତାଙ୍କୁ ଘରୁ ଡ଼ାକିନେଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି I ତାପରଠୁ ସେ ଘରକୁ ଫେରିନଥିବା ବେଳେ ତାଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି । ମୃତକଙ୍କ ବେକରେ ଓ କାନ ପାଖରେ କିଛି ଦାଗରହିଥିବା ଜଣାପଡିଛି। ନିକଟସ୍ଥ ଏକ ପଡ଼ିଆରେ ରକ୍ତ ଛିଟା ଲାଗିଥିବା ବେଳେ ଏକ ଅଖାରେ ଭର୍ତି କରି ନିକଟସ୍ଥ ପୋଖରୀରେ ଫୋପାଡ଼ିଦେଇଥିଲେ I କିଏ ଓ କାହିଁକି ହତ୍ୟା କଲେ ସେ ନେଇ କୌଣସି ସ୍ପଷ୍ଟ ହୋଇନଥିବା ବେଳେ ଘଟଣା ସ୍ଥଳରେ ସଦର ଏସଡିପିଓ ଶୁଭ୍ରାଂଶୁ ପରିଡା ,ସଦର ଥାନା ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିବା ସହ ଘଟଣାସ୍ଥଳରେ ମାରଣାସ୍ତ୍ର,ରକ୍ତଭିଜ ଅଖା ଜବତ କରି ମୃତଦେହକୁ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ପଠେଇଛନ୍ତି I ମୃତକଙ୍କ ବାପା ରାମ କୃଷ୍ଣ ଚୌଧୁରୀ ଏନେଇ ସଦର ଥାନାରେ ଲିଖିତ ଅଭିଯୋଗ ପରେ ସଦର ପୋଲିସ୍ କେସ ନମ୍ବର ୨୯୬/୨୪ ଅନୁଯାଇ ମାମଲା ୠଜୁକରି  ଅପହରଣ ଓ ହତ୍ୟା ପୃଥକ୍ ଭାବେ ତଦନ୍ତ ଚଳାଇଥିବା ଥାନାଧିକାରୀ ଶୁବ୍ରମନ୍ୟୁ ପ୍ରଧାନ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ