ଭିଆଇପି ଗଛ

ଭିଭିଆଇପି ବା ଉଚ୍ଚତମ ପଦାଧିକାରୀଙ୍କୁ କିଭଳି ସମ୍ମାନ, ସ୍ୱାଗତ ସମ୍ଭାର କରାଯାଏ ତାହା ସମସ୍ତେ ଜାଣନ୍ତି । କିନ୍ତୁ ଭିଭିଆଇପି ଗଛ ଥିବା କଥା ହୁଏତ କେହି ଜାଣିନଥିବେ । ଏହି ଗଛ ପାଇଁ ସରକାର ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି । ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଏବଂ ବିଦିଶା ମଧ୍ୟରେ ଥିବା ସଲାମତପୁର ପାହାଡ଼ରେ ଏହି ଗଛ ଲଗାଯାଇଛି । ଏହି ଗଛର ସୁରକ୍ଷା ପାଇଁ ୨୪ ଘଣ୍ଟା ଚାରି ଜଣ ସୁରକ୍ଷା କର୍ମୀ ନିୟୋଜିତ ହୋଇଥିବାବେଳେ ଗଛରେ ପାଣି ଦେବାକୁ ବିଶେଷ ଧରଣର ପାଣି ଟାଙ୍କି ବ୍ୟବସ୍ଥା କରାଯାଇଛି । ଶହେ ଏକର ପାହାଡ଼ରେ ଲୁହାର ୧୫ ଫୁଟ୍ ଉଚ୍ଚ ତାର ଜାଲି ଲଗାଯାଇଛି । ଏହାକୁ ଭିଭିଆଇପି ବୋଧୀ ବୃକ୍ଷ କୁହାଯାଉଛି । ପାଣି ସିଞ୍ଚନ ପାଇଁ ନଗରପାଳିକା ଅଲଗା ଅଲଗା ପାଣି ଟାଙ୍କି ବ୍ୟବସ୍ଥା ମଧ୍ୟ କରିଛନ୍ତି । ଗଛକୁ ରୋଗ ପୋକ ଦାଉରୁ ବଞ୍ଚାଇବା ପାଇଁ କୃଷି ବିଭାଗୀୟ ଅଧିକାରୀ ପ୍ରତି ସପ୍ତାହରେ ଦେଖାଶୁଣା କରନ୍ତି । ଅଞ୍ଚଳର ଏସ୍ଡିଏମ୍ ବରୁଣ ଅବସ୍ତିଙ୍କ କହିବାନୁସାରେ ସୁରକ୍ଷା ପାଇଁ ୧-୪ ସୁରକ୍ଷା କର୍ମୀ ଅଛନ୍ତି । ପାଣି ଅଭାବ ପ୍ରତି ଏହାର ଧ୍ୟାନ ରଖାଯାଏ । ୨୧ ସେପ୍ଟେମ୍ବର ୨୦୧୨ରେ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମହିନ୍ଦ୍ରା ରାଜପକ୍ଷ ବୋଧୀ ବୃକ୍ଷ ରୋପଣ କରିଥିଲେ । ଏହି ଗଛର ଗୋଟିଏ ପତ୍ର ଶୁଖିଗଲେ ପ୍ରଶାସନ ଚିନ୍ତାଗ୍ରସ୍ତ ହୋଇପଡ଼େ । ବର୍ଷକୁ ଏହି ଗଛ ପାଇଁ ପାଖାପାଖି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଏ । ମାତ୍ର ଏହାର ବିଶେଷତ୍ୱ କଅଣ ତାହା କେହି ଜାଣିନାହାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ