ଭିକାରିପଲ୍ଲୀରେ ବିଜେପିର କାର୍ଯ୍ୟକାରିଣୀ ବୈଠକ

ଛତ୍ରପୁର (ଦେବଦତ୍ତ ମହାରଣା): ଛତ୍ରପୁର ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଭାରତୀୟ ଜନତା ପାର୍ଟିର ଭିକାରିପଲ୍ଲୀ ମଣ୍ଡଳର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଗଙ୍ଗାପୁରଠାରେ ସଭାପତି ପଦ୍ମ ଚରଣ ପରିଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ତଥା ଗଞ୍ଜାମ ଜିଲ୍ଲା ଅନୁସୁଚିତ ଜାତି ମୋର୍ଚ୍ଚାର ସଭାପତି ପ୍ରଶାନ୍ତ କୁମାର କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦଳର ସଂଗଠନକୁ କିପରି ବୁଥ୍ ସ୍ତରରେ ମଜବୁତ୍ କରାଯିବ ସେନେଇ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ସମ୍ପାଦକ ତଥା ଭିକାରିପଲ୍ଲୀ ମଣ୍ଡଳିର ପ୍ରଭାରୀ ଲକ୍ଷ୍ମୀ ନାରାୟଣ ପଣ୍ଡା ଯୋଗ ଦେଇ ଦଳର ତଥା ମଣ୍ଡଳର ଆଗାମୀ ରାଜନୈତିକ ତଥା ସାଙ୍ଗଠନିକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ମଣ୍ଡଳର ସାଧାରଣ ସଂପାଦକ ଦୁର୍ଯ୍ୟଧନ ନାହାକଙ୍କ ଦ୍ୱାରା ଏକ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରାଯାଇଥିଲା । ଏହି ଚିଠାରେ କଂସାରୀ ଗଣ୍ଡରେ ଡ୍ୟାମ୍ କରାଯାଉ ଏହା ଦ୍ୱାରା ଜମିକୁ ଜଳସେଚନ ସହ ଶହେ ରୁ ଉର୍ଦ୍ଧ୍ୱ ଗ୍ରାମର ଲୋକଙ୍କ ଯାତାୟତ ର ସୁବିଧା ହେବ । ରୁଷିକୁଲ୍ୟା ନଦୀର ଦୁଇ କୁଳକୁ ପଥର ବନ୍ଧ କରାଯାଉ । ସରଭିଂପୁର ଓ କରାତଳି ତାମ୍ପରାକୁ ସଂଯୋଗ ହୋଇଥିବା ସମସ୍ତ କେନାଲକୁ ପୁନଃରୁଦ୍ଧାର କରାଯାଉ । ଏହା ସହ ବିଭିନ୍ନ ଦାବୀ ସଂପର୍କରେ ଏହି ଚିଠା ମାଧ୍ୟମରେ ଦର୍ଶାଯାଇଛି । ଏହି କାର୍ଯ୍ୟକାରିଣି ବୈଠକରେ ରାଜ୍ୟ କୃଷକ ମୋର୍ଚ୍ଚାର କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ମୁଦୁଲି, ପୂର୍ବତନ ସରପଂଚ ସୁରେନ୍ଦ୍ର ସେଠି, ଟାଙ୍ଗଣାପଲ୍ଲୀ ମଣ୍ଡଳ ପ୍ରଭାରୀ ଗାଣ୍ଡୁଧର ଗୌଡ, ଗଣପତି ବାରିକ, ମଣ୍ଡଳ ସାଧାରଣ ସଂପାଦକ ଦୀନବନ୍ଧୁ ଦାସ, ଗୋପାଳ ପ୍ରହରାଜ, ପବିତ୍ର ଦାସ, ସଂଜୟ ନାହାକ,ଭୁବନୀ ରେଡ୍ଡି ଓ ଜଗା ରେଡ୍ଡି ଏବଂ ବହୁ ମହିଳା ଓ ପୁରୁଷ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ । ଶେଷରେ ମଣ୍ଡଳ ସଭାପତି ଶ୍ରୀ ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ