ଭିକାରିପଲ୍ଲୀ ପଞ୍ଚାୟତରେ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ, ହାତରେ ଝାଡୁ ଧରି ଗାଁ ସଫା କଲେ ସରପଞ୍ଚ ଓ ଏସଏଚଜି ମା ମାନେ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବ୍ଲକ ଅନ୍ତର୍ଗତ ଭିକାରିପଲ୍ଲୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଗୁରୁବାର ଆଜାଦି କା ଅମୃତ ମହାତ୍ସବ ଅବସର ରେ ଏକ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ଭିକାରିପଲ୍ଲୀ ସରପଞ୍ଚ ମମତା ସୁବୁଦ୍ଧି ଙ୍କ ପୌରାହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାରଦା ପ୍ରସନ୍ନ ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସହକାରୀ ନିର୍ବାହୀ ଯନ୍ତ୍ରୀ ଲଗ୍ନଜିତ ସାହୁ, ନିର୍ବାହୀ ଯନ୍ତ୍ରୀ ଦିଗାମ୍ବର ନାୟକ, ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ କାଳୁ ଚରଣ ପାତ୍ର ଓ କମଳ ନାୟକ,ପୂର୍ବତନ ସମିତି ସଭ୍ୟ ମଥୁରା ସୁବୁଦ୍ଧି,ଏନ. ମୁନା ପାତ୍ର ପିଇଓ ଦତ୍ତ ବେହେରା, ଜିଆରଏସ ଜି. କାମରାଜୁ ଙ୍କ ସମେତ ବହୁ ୱାର୍ଡ ସଭ୍ୟ ମାନେ ଯୋଗ ଦେଇ ପଂଚାୟତକୁ ସ୍ୱଛତା ରଖିବା ପାଇଁ ଆହ୍ୱାନ ଦେଇଥିଲେ l ଶେଷରେ ସମସ୍ତ ଆଶା, ଅଙ୍ଗନବାଡି, ସିଆରସି, ଏଏନଏମ ଓ ମହିଳା ସଙ୍ଘ ର ସଦସ୍ୟ ଓ ଅତିଥି ମାନଙ୍କ ଦ୍ୱାରା ଶପଥ ପାଠ କରାଯାଇଥିଲା l ପରେ ସରପଞ୍ଚ ମମତା ସୁବୁଦ୍ଧି ଙ୍କ ନେତୃତ୍ୱ ସମସ୍ତ ଏସଏଚଜି ମହିଳା ମାନେ ହାତରେ ନିଜେ ଝାଡୁ ଧରି ପଞ୍ଚାୟତ ର ବିଭିନ୍ନ ସ୍ଥାନରେ ସଫେଇ କରାଯାଇଥିଲା l ସମସ୍ତ କାର୍ଯ୍ୟକ୍ରମ ରେ ଆଶା, ଅଙ୍ଗନବାଡି, ସିଆରସି, ଏଏନଏମଙ୍କ ସମେତ ମହିଳା ସଂଘର ବହୁ ୱାର୍ଡ଼ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ