ଭିକ୍ଷାବୃତ୍ତି କରୁଥିବା ୪୮ ପରିବାରଙ୍କୁ ରନ୍ଧାଖାଦ୍ୟ ସାମଗ୍ରୀ ପ୍ରଦାନ କଲେ ଡିଆରଡିଏ ପିଡି

ଛତ୍ରପୁର : କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଦେଶରେ ଲକ୍‌ଡାଉନ୍ ଘୋଷଣା ହୋଇଛି । ଫଳରେ ସମସ୍ତ ଅଞ୍ଚଳରେ ଯାନବାହନ ଠାରୁ ଆରମ୍ଭ କରି ଯାତାୟତ ଠପ୍ ହୋଇଛି । ଦିନ ମଜୁରୀ ତଥା ନିହାତି ଗରିବ ଶ୍ରେଣୀର ଲୋକମାନେ କାମଧନ୍ଦା ଛାଡି ଘରେ ଚିନ୍ତାରେ ବସିଛନ୍ତି । ପେଟକୁ ଖାଇବା ପାଇଁ ମଧ୍ୟ ଦୁଇଓଳା ଖାଦ୍ୟ ମିଳୁନାହିଁ । ଏଭଳି ପରିସ୍ଥିତିରେ ଦିନ ମଜୁରୀଆ ତଥା ଗରିବ ଶ୍ରେଣୀ ଏବଂ ଭିକ୍ଷାବୃତ୍ତି କରି ଚଳୁଥିବା ଲୋକମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇବା ନିମନ୍ତେ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଛି । ଏହି ପରିପ୍ରେକ୍ଷୀରେ ସମସ୍ତ ଗ୍ରାମାଞ୍ଚଳ ଗୁଡିକରେ ପଞ୍ଚାୟତ ପକ୍ଷରୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ ସୋମବାର ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ନିଜେ ଛତ୍ରପୁର ସ୍ଥିତ ଦାମିଆନ ନଗର ଠାରେ ରହିଥିବା ସମସ୍ତ ଭିକ୍ଷାବୃତ୍ତି କରୁଥିବା ୪୮ ପରିବାରଙ୍କୁ ରନ୍ଧାଖାଦ୍ୟ ନିମନ୍ତେ ଡାଲି, ଚାଉଳ ଏବଂ ଶୁଖିଲା ସାମଗ୍ରୀ ଚୂଡା ମଧ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିକ୍ରମ କୁମାର ଦୋରା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ଅର୍ଥ) ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ( ଗ୍ରାମ୍ୟ ଗୃହ ନିର୍ମାଣ) ସୌମ୍ୟରଞ୍ଜନ ହୋତା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ