ଭିକ୍ଷା ବୃତ୍ତି ଓ ଶିଶୁ ଶ୍ରମିକ ରୋକିବାରେ ବିଫଳ ପ୍ରଶାସନ

ସମ୍ବଲପୁର, (ଲିପନ ନାଏକ):ମହିଳା ସଶକ୍ତ ହେଲେ ଓଡିଶା ସଶକ୍ତ ହେବ ଓ ଏହାକୁ କାର୍ଯ୍ୟକ୍ଷମ କରିବାକୁ ସରକାରଙ୍କ ଅନେକ ଯୋଜନା ରହିଛି କିନ୍ତୁ ଯଦି ଜଣେ ମହିଳା ବଞ୍ଚିବାକୁ ନିଜ କୋମଳମତି ଶିଶୁକୁ ଧରି ଟାଣ ଖରାରେ ଖାଲି ପାଦରେ ଭିକ୍ଷା ବୃତ୍ତି କରେ ତା ହେଲେ ଏହାକୁ ସଶକ୍ତ ମହିଳା ନାଁ ଶକ୍ତି ମହିଳା କହିବା। ଏଭଳି ଏକ ଦୃଶ୍ୟ ବର୍ତମାନ ଜମନକିରା ସଦର ମହକୁମାରେ ଦେଖିବାକୁ ମିଳିଛି। ଜମନକିରା ସଦର ମହକୁମାରେ ଏକ ମହିଳା ନିଜ କୋମଳମତି ଶିଶୁ କୁ ଖାଁକରେ ଧରି ଦୋକାନ ଦୋକାନ ବୁଲି ଭିକ୍ଷା ମାଙ୍ଗୁଥିବା ନଜରକୁ ଆସୁଛି। ଏହି ମହିଳାଙ୍କ କହିବା ଅନୁଯାଇ ସ୍ୱାମୀ ମୃତ୍ୟୁ ବରଣ କରିଥିବା ଯୋଗୁଁ ପେଟ ପାଟଣା ପାଇଁ କୋମଲ ମତି ଶିଶୁକୁ ଧରି ଖାଲି ପାଦରେ ଏ ଦୋକାନରୁ ସେ ଦୋକାନ ଏ ଗାଡ଼ିରୁ ସେ ଗାଡ଼ି ହୋଇ ଭିକ୍ଷା ବୃତ୍ତି କରିବାକୁ ପଡୁଛି। ଜମନକିରା ରେ ମହିଳା ଏବଂ ଶିଶୁ ବିକାଶ କାର୍ଯ୍ୟାଳୟ ଥିବା ସତ୍ୱେ ଏଭଳି କରୁଣା ଦୃଶ୍ୟ ଏହି ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ସୃଷ୍ଟି କରୁଛି। ଖାଲି ଏହି କାର୍ଯ୍ୟାଳୟ ନୁହେଁ ଏହା ବ୍ୟତୀତ ଜମନକିରା ରେ ଅନେକ ଏନ.ଜି.ଓ ଶିଶୁ ସୁରକ୍ଷା ନାଁ ରେ ସରକାର ଙ୍କ ରାଜସ୍ବରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଦର୍ଶାଛଥାନ୍ତି। ଏଭଳି ଦୃଶ୍ୟ ଦେଖି କେବଳ ସଭା ସମିତିରେ ଏହି ଟଙ୍କା ଖର୍ଚ୍ଚ କରାଯାଉଥିବା ବିଭିନ୍ନ ସମୟରେ ସାଧାରଣ ଲୋକେ କହନ୍ତି। ନିର୍ଦ୍ଧିଷ୍ଟ ଶବର ସମ୍ପ୍ରଦାୟ ଲୋକେ ସଚେତନତା ଅଭାବରୁ ଭିକ୍ଷା ଓ ଶିଶୁ ଶ୍ରମିକ କାର୍ଯ୍ୟ ରେ ନିବୃତ ଥିବା ବେଳେ ପ୍ରଶାସନିକ ଅଧିକାରୀ ଜାଣି ମଧ୍ୟ ଏହାର ବିକଳ୍ପ କରିପାରୁନାହାନ୍ତି ଏଣୁକରି ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସଚେତନ ମହଲରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ