ଭିଜିଲାନସ୍ ଜାଲରେ ଜୟପୁର ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ଵନାଥ ପାତ୍ର

କୋରାପୁଟ (ହେମନ୍ତ ପାଣିଗ୍ରାହୀ) ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଦଳ ଚଢାଉ କରିଛନ୍ତି। ଜୟପୁର ସମେତ ବେଲଗୁଣ୍ଠା, ଭୁବନେଶ୍ୱର ସ୍ଥିତ ତାଙ୍କର ବାସଭବନରେ ଚଢାଉ ଜାରୀ ରହିଛି ବୋଲି ଭିଜିଲାନ୍ସ ଆରୋକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି। ବିଶ୍ବନାଥ ପାତ୍ର ଜୟପୁର ବ୍ଳକର ସହକାରୀ ନିର୍ବାହୀ ଯନ୍ତ୍ରୀ ସହ ପୌରପାଳିକାର ନିର୍ବାହୀ ଯନ୍ତ୍ରୀ ଦାୟିତ୍ୱ ମଧ୍ୟ ତୁଲାଇ ଆସୁଛନ୍ତି। କୋରାପୁଟ ଜିଲ୍ଲା ଜୟପୁରରେ ୭୨୦୦ ସ୍କୋୟାର ଫୁଟ୍ ବିଶିଷ୍ଟ ତିନି ମହଲା ବିଲ୍ଡିଂ ,ବେଲଗୁଣ୍ଠାରେ ୩୪୦୦ ସ୍କୋୟାର ଫୁଟ୍ ବିଶିଷ୍ଟ ୨ମହଲା ବିଲ୍ଡିଂ, ଭୁବନେଶ୍ୱର ପ୍ରାଇମ୍ ଲୋକେସନ୍ ରେ ୬ ଟି ପ୍ଲଟ, ଜୟପୁରରେ ଗୋଟିଏ ପ୍ଲଟ,
ବ୍ରହ୍ମପୁରରେ ଗୋଟିଏ ପ୍ଲଟ, ଜଗନ୍ନାଥ ପ୍ରସାଦ ଗାଁ ରେ ୧୦ ଟି ପ୍ଲଟ ସହ ସମୁଦାୟ ୧୮ ଟି ପ୍ଲଟ ରହିଥିବା ଭିଜିଲାନ୍ସ ସୂଚନା ରୁ ଜଣା ପଡ଼ିଛି ଏବଂ ୮୫୦ ଗ୍ରାମ୍ ସୁନା ମଧ୍ୟ ଜବତ କରାଯାଇଛି। ଏହି ଚଢ଼ାଉ ସମୟରେ ଜଣେ ଅତିରିକ୍ତ ଆରୋକ୍ଷୀ ଅଧିକ୍ଷକ, ଦୁଇ ଜଣ ଡେପୁଟି ଆରୋକ୍ଷୀ ଅଧିକ୍ଷକ, ଆଠ ଜଣ ଇନ୍ସପେକ୍ଟର ଙ୍କ ସହ ଛ ଜଣ ଏ ଏସ ଆଇ ସାମିଲ୍ ହୋଇଥିବା ଭିଜିଲାନ୍ସ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ