ଭିଜିଲାନ୍ସ ଜାଲରେ ଆର ଆଇ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ଆର ଆଇ।ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରଙ୍ଗେ ହାତ ଧରିଛି ଭିଜିଲାନ୍ସ ଟିମ।ଆର ଆଇ ଜଣକ ହେଲେ ପ୍ରମୋଦ କୁମାର ବେହେରା।ସେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ତହଶିଲରେ କାର୍ଯ୍ୟରତ ଥିଲେ।ବିଦ୍ୟାଧର ପ୍ରଧାନ ନାମକ ଜଣେ ସ୍ଥାନୀୟ ବ୍ୟକ୍ତି ଲାଞ୍ଚ କାରବାର କରିବାରେ ଆର ଆଈ ଙ୍କୁ ସହଯୋଗ କରୁଥିଲେ।ଜଣେ ବ୍ୟକ୍ତି ନିଜ ଜେଜେବାପା ଙ୍କ ଜମିକୁ ଡିମାରକେସନ କରିବା ପାଇଁ ବିଦ୍ୟାଧର ଙ୍କୁ ୫୦୦୦ ଟଙ୍କା ଲାଞ୍ଚ ଦେଇଥିଲେ।ପରେ ବିଦ୍ୟାଧର ସେହି ଟଙ୍କାକୁ ନେଇ ଆର ଆଈଙ୍କୁ ଦେଇଥିଲେ।ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ ଆର ଆଈଙ୍କ ସହ ବିଦ୍ୟାଧରଙ୍କୁ କାବୁ କରିଥିଲା। ରଙ୍ଗବୋଳା ୫୦୦୦ ଟଙ୍କା କୁ ଜବତ କରିବା ସହ ପ୍ରମୋଦ ଓ ବିଦ୍ୟାଧର ଙ୍କୁ ଅଧିକ ପଚରାଉଚରା କରିବା ପାଇଁ ବ୍ରହ୍ମପୁର କାର୍ଯ୍ୟାଳୟକୁ ନେଇଛି ଭିଜିଲାନ୍ସ।