ଭିଜିଲାନ୍ସ ଜାଲରେ ଏଏସଆଇ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁୃଜ): ବାଲେଶ୍ୱର ଟାଉନ ଥାନାରେ କାର୍ଯ୍ୟରତ ଏ.ଏସ.ଆଇ ନରହରି ମହାଳିକ ଏକ ହାଇକୋର୍ଟ ମାମଲାରେ ଜଣେ ବ୍ୟକ୍ତିଙ୍କୁ ଜାମିନ ଦେବା ନିମନ୍ତେ ୧୦ ହଜାର ଲାଞ୍ଚ ଗ୍ରହଣ କରି ଭିଜାଲାନ୍ସ ଜାଲରେ ଛନ୍ଦିଛନ୍ତି । ମିଳିଥିବା ସୂଚନା ଅନୁସାରେ ଟାଉନଥାନା ଅଧିନ ପିଜୁରୁଦ୍ଦିନ ଲେନ୍ ଅଞ୍ଚଳର ସକିଲ ଅହମ୍ମଦଙ୍କ ନାମରେ ଏକ ମାମଲା ଥିଲା । ଏହି ମାମଲାରେ ହାଇକୋର୍ଟଙ୍କ ଆଦେଶ ମତେ ଅହମ୍ମଦଙ୍କୁ ରିଲିଜ୍ ନିମନ୍ତେ ଆଜି ସକାଳେ ଏ.ଏସ୍.ଆଇ ନରହରି ମହାଳିକ ୧୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରିଥିଲେ । ଯୋଜନା ମୁତାବକ ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଏସପି ନିର୍ମଳ କୁମାର ମହାନ୍ତି ଓ ଅଦ୍ୟ ଅଧିକାରୀ ଲାଞ୍ଚୁଆ ଏ.ଏସ୍.ଆଇଙ୍କୁ କାବୁ କରିଥିଲେ । ବିଭାଗ ପକ୍ଷରୁ ଟାଉନଥାନା ବାଲେଶ୍ୱରରେ ନରହରି ରହୁଥିବା ଘର ସମେତ ଅନ୍ୟାନ୍ୟ ସ୍ଥାନରେ ଚଢାଉ ଜାରି ରହିଛି ।