ଭିଜିଲାନ୍ସ ଜାଲରେ ଏ. ଆର. ଆଇ

ଜୟପୁର,(ଯୁଗାବ୍ଦ ନ୍ୟୁଜ୍‌): ନବରଙ୍ଗପୁର କିଲ୍ଲାର କୋଡିଙ୍ଗା ତହସିଲ ଅଧିନସ୍ଥ ବଡ ଅମଡା ର ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ ଏଆର ଆଇ ଜମି ମାପଜୁପ ପାଇଁ ୧୫ଶହ ଟଙ୍କା ଲାଂଚ ନେଉଥିବା ବେଳେ ହରିବନ୍ଧୁ ରନ୍ଧାରୀ ଲାଂଚ ନେବା ବେଳେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡିଛନ୍ତି ।ଜୟପୁର ଭିଜିଲାନ୍ସ ଟିମ୍ ଗିରଫ କରି ଜୟପୁରରେ ଅଟକ ରଖିଛି । ମିଳିଥିବା ସୂୁୁଚନା ଅନୁଯାୟୀ ଅଂଚଳା ଗ୍ରାମର ଘସିରାମ ହରିଜନଙ୍କ ଠାରୁ ଜମି ଜମା ମାପଜୁପ ପାଇଁ ୨ ହଜାର ଟଙ୍କା ଲାଂଚ ମାଗିଥିଲେ । କିନ୍ତୁ ହରିଜନ ୧୬ ତାରିଖରେ ୫ ଶହ ଟଙ୍କା ଦେଇଥିବା ବେଳେ ୧୮ ତାରିଖରେ ବଳକା ଟଙ୍କା ଦେବା ନିମନ୍ତେ କହିଥିଲେ ।ସେ ଲାଂଚ ବିଷୟରେ ଭିଜିଲାନ୍ସ ନିକଟରେ ୧୮ ତାରିଖ ଦିନ ଅଭିଯୋଗ କରିଥିଲେ । ୧୯ ତାରିଖ ଦିନ ୧୫ ଶହ ଟଙ୍କା ଦେବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ଟଙ୍କା ସହ ହରିବନ୍ଧୁଙ୍କୁ ଗିôରଫ କରିଥିଲେ ।ଏ ଆର ଆଇଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜୟପୁର ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ