୧୦ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ତହସିଲଦାର
କଳାହାଣ୍ଡି , (ଯୁଗାବ୍ଦ ନ୍ୟୁଜ ) କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ତହସିଲଦାର ଅବନୀକାନ୍ତ ସାହୁ ଏକ ଜମିର ମ୍ୟୁଟେସନ କରିଦେବା ବାବଦରେ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି । କଳାହାଣ୍ଡି ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇ ଗିରଫ କରାଯାଇଛି । ସୁଚନାଯୋଗ୍ୟ , କର୍ଲାମୁଣ୍ଡା ତହସିଲ ଅଧିନସ୍ଥ ଦେଓଗାଁର ଲାଲସାହେବ ସାହୁଙ୍କ ତିନୋଟି ଜମିର ମ୍ୟୁଟେସନ୍ ପାଇଁ ତହସିଲଦାର ଶ୍ରୀ ସାହୁ ୧୫ହଜାର ଟଙ୍କା ଦାବି କରିଥିଲେ । ତେବେ ଏନେଇ ଲାଲ ସାହେବ କଳାହାଣ୍ଡି ଭିଜିଲାନ୍ସର ଦ୍ୱାରସ୍ଥ ହେବା ପରେ ପୂର୍ବ ଯୋଜନା ମୁତାବକ ୧୦ହଜାର ଟଙ୍କା ତହସିଲଦାର ଲାଞ୍ଚ ନେଉଥିବା ବେଳେ ଅଫିସ କାର୍ଯ୍ୟାଳୟ ରେ ଭିଜିଲାନ୍ସ ରେଡ଼ କରି ଗିରଫ କରିଛି । ତେବେ ତହସିଲଦାରଙ୍କ ସରକାରୀ ବାସଭବନକୁ ମଧ୍ୟ ଚଢ଼ାଉ କରାଯାଇଥିବା ବେଳେ ତାଙ୍କ ପୈତୃକ ଘରେ ମଧ୍ୟ ଚଢ଼ାଉ କରାଯିବ ବୋଲି ଭିଜିଲାନ୍ସ ଡିଏସପି କହିଛନ୍ତି ।