ଭିଜିଲାନ୍ସ ଜାଲରେ ନିମାପଡା ସବରେଜିଷ୍ଟlର କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଓ ରାତ୍ର ଜଗୁଆଳ

  20 ହଜାର ଟଙ୍କା ଲାଞ୍ଚ ନେଇ ଗିରଫ

ନିମାପଡା (ସନ୍ତୋଷ ଦାଶ ) :ପୁରୀ ଜିଲ୍ଲା ନିମାପଡା ସବରେଜିଷ୍ଟlର କାର୍ଯ୍ୟାଳୟ ରେ ଭୁବନେଶ୍ୱର ଭିଜିଲାସନ୍ସ ପକ୍ଷରୁ ଗତକାଲି ଅପରାହ୍ନ ରେ ଚଢ଼ାଉ କରାଯାଇଥିଲା l କାର୍ଯ୍ୟାଳୟ ର ମୁଖ୍ୟ କିରାଣୀ ପ୍ରକାଶ କୁମାର ଦାଶ ଓ ରାତ୍ରଜଗୁଆଳ ହରିହର ଦାସ 20 ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାସନ୍ସ ଅଧିକାରୀ ମାନେ ତାଙ୍କୁ ଧରି କେମିକାଲ ବୋଳା ଟଙ୍କା କୁ ଜବତ କରିବାସହିତ ସେମାନଙ୍କୁ ଗିରଫ କରିଛନ୍ତି l ପୁରୀ ଜିଲ୍ଲା ବଳଙ୍ଗା ନିକଟସ୍ଥ ତୋରିଅଁବନ୍ଧ ଗ୍ରାମ ର ନକୁଳ ପ୍ରଧାନ ଙ୍କ ଠାରୁ ଉଭୟ କର୍ମଚାରୀ ଏକ ଜମିଜମା ରେକର୍ଡ କରିଦେବାକୁ 20ହଜାର ଟଙ୍କା ଦାବି କରିଥିଲେ l ନକୁଳ ଏ ନେଇ ଭିଜିଲାସନ୍ସ ବିଭାଗ ନିକଟରେ ଅଭିଯୋଗ କରିବାପରେ ଭିଜିଲାସନ୍ସ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇ କେମିକାଲ ବୋଳା ଟଙ୍କା ନକୁଳ ଙ୍କୁ ପ୍ରଦାନ କରାଯାଇଥିଲା l ନକୁଳ ଉକ୍ତ ଟଙ୍କା ମୁଖ୍ୟ କିରାଣୀ ଙ୍କୁ ଦେବାପରେ ପୂର୍ବରୁ ଲୁଚିରହିଥିବା ଭିଜିଲାସନ୍ସ ଅଧିକାରୀମାନେ କାର୍ଯ୍ୟାଳୟ ଉପରେ ଚଢ଼ାଉ କରି ଉକ୍ତ ଟଙ୍କା କୁ ସେମାନଙ୍କ ଠାରୁ ଜବତ କରିଥିଲେ ଓ ଉଭୟ ଙ୍କୁ ଗିରଫ କରିଥିଲେ l ଏଥିସହିତ ଭିଜିଲାସନ୍ସ ପକ୍ଷରୁ ମୁଖ୍ୟ କିରାଣୀ ଶ୍ରୀ ଦାସ ଙ୍କ କାକଟପୁର ନିକଟସ୍ଥ ଉଦୟପୁର ଗ୍ରାମସ୍ଥିତ ପୈତୃକ ବାସଭବନ ରେ ଚଢ଼ାଉ କରାଯାଇଥିଲା l ଏହି ଘଟଣା ନିମାପଡା ଓ କାକଟପୁର ଅଂଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ