ଭିଜିଲାନ୍ସ ଜାଲରେ ପୋଡାମାରି ଆରଆଇ କାର୍ଯ୍ୟାଳୟର ଦୁଇ ରାଜସ୍ବ କର୍ମଚାରୀ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ପୋଡାମାରି ରାଜସ୍ବ କାର୍ଯ୍ୟାଳୟରେ ଭିଜିଲାନ୍ସ ଜାଲରେ ରାଜସ୍ବ ବିଭାଗର କର୍ମଚାରୀ ଘର ବାରି ପଟା କରିବା ନାଁରେ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ବ୍ରହ୍ମପୁର ଭିଜିଲାନ୍ସର ଟିମ । ଆରଆଇ ଆଦିତ୍ୟ ସେନାପତି ଓ ଏଆରଆଇ ଟୁଟୁ ସେଠିଙ୍କୁ କାର୍ଯ୍ୟାଳୟରୁ ଭିଜିଲାନ୍ସ ଉଠାଇ ନେଇଥିବା ଜଣାପଡ଼ିଛି । ପୋଡାମାରି ଗ୍ରାମର ମନୋରଞ୍ଜନ ସାହୁ ନିଜର ଜାଗାର ଘରବାରି ପଟା ପାଇଁ ଆବେଦନ କରିଥିବା ବେଳେ ତାଙ୍କ ଠାରୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ତହସିଲ କର୍ମଚାରୀ । ଏନେଇ ମନୋରଞ୍ଜନ ଦୁର୍ନୀତି ନିବାରଣ ବିଭାଗର ଆଶ୍ରୟ ନେଇଥିଲେ । ପୂର୍ବ ପ୍ରସ୍ତୁତି ପ୍ରକାରେ ଆଜି ଅପରାହ୍ନ ପ୍ରାୟ ୫ଟା ସମୟରେ ନିଜ କାର୍ଯ୍ୟାଳୟରେ ମନୋରଞ୍ଜନଙ୍କ ଠାରୁ ୫ ହଜାର ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ଅତର୍କ୍ରିତ ଭାବେ ଚଢାଉ କରି ଆର୍ଆଇ ଆଦିତ୍ୟ ସେନାପତି ଏବଂ ଏଆର୍ଆଇ ଟୁଟୁ ସେଠୀଙ୍କୁ କାର୍ଯ୍ୟାଳୟରୁ ଉଠାଇ ନେଇ ଅଧିକ ପଚରାଉଚରା ନିମନ୍ତେ ବ୍ରହ୍ମପୁର କାର୍ଯ୍ୟାଳୟକୁ ଭିଜିଲାନ୍ସ ଟିମ ନେଇଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ