ଭିଜିଲାନ୍ସ ଜାଲରେ ପୋଲିସ ଏଏସ୍ଆଇ ଓ କନେଷ୍ଟବଳ
କଳାହାଣ୍ଡି, (ୱାଇଏନ୍ଏସ୍): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଏଏସଆଇ ସୋମେଶ୍ୱର ବାଗ ୫୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଗିରଫ। ଘଟଣାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଂଚଳ ଥୁଆମୂଳ ରାମପୁରରେ ଆଜି ଜଣେ ଲାଞ୍ଚୁଆ ପୋଲିସ ଏଏସ୍ଆଇଓ ଜଣେ ଓଏପିଏଫ୍ କନେଷ୍ଟବଳ ଭିଜିଲାନ୍ସ ହାତରେ ଧାରା ପଡିଛନ୍ତି । ଜଣେ ଲୋକଙ୍କ କେସକୁ ରଫା ଦଫା କରିବା ପାଇଁ 50 ହଜାର ଟଙ୍କା ନେଉ ଥିବା ବେଳେ ପୂର୍ବରୁ ଛକି ବସିଥିବା କଳାହାଣ୍ଡି ଭିଜିଲାନ୍ସ ଉକ୍ତ ଏସ୍ଆଇ ଓ କନେଷ୍ଟବଳକୁ ଘଟଣାସ୍ଥଳରେ ଧରିଥିଲା । ଭିଜିଲାନ୍ସ ବିଭାଗ ଅଧିକ ପଚରା ଉଚୁରା କରି ଦୁଇ ଜଣକୁ ଗିରଫ କରିଛି । ଏଏସ୍ଆଇ ସୋମେଶ୍ୱର ବାଗ ଓ କନେଷ୍ଟବଳ ଦୁର୍ଯୋଧନ ଶବରଙ୍କୁ କଳାହାଣ୍ଡି ଭିଜିଲାନ୍ସ ବିଭାଗ ଅଧିକ ପଚରା ଉଚୁରା କରୁଥିବା ଜଣାପଡିଛି ।