ଭିଜିଲାନ୍ସ ଜାଲରେ ପୋଲିସ ଏଏସ୍‌ଆଇ

କଳାହାଣ୍ଡି , (ୱାଇଏନ୍‌ଏସ୍‌): କଳାହାଣ୍ଡି ଜିଲ୍ଲାରେ ବାରମ୍ବାର ଲାଞ୍ଚୁଆ ଅଧିକାରୀ ମାନେ ଧରା ପଡୁଥିଲେ ବି ପୁଣି ଆଜି ସନ୍ଧ୍ୟାରେ ଜଣେ ପୋଲିସ ଏଏସ୍‌ଆଇ ଧରା ପଡିଛନ୍ତି । କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଂଚଳ ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ମହୁଲ ପାଟଣା ଫାଣ୍ଡିରେ ଆଜି ଜଣେ ଲାଞ୍ଚୁଆ ପୋଲିସ ଏଏସ୍‌ଆଇ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ସ୍ଥାନୀୟ ଅଞ୍ଚଳର ମହେଶ୍ୱର ସାଗରଙ୍କ ଦୁର୍ଘଟଣା ଟ୍ରାକ୍ଟରକୁ ରିଲିଜ କରିବା ପାଇଁ ତାଙ୍କ ଠାରୁ 5 ହଜାର ଟଙ୍କା ଲାଞ୍ଚ ନେଉ ଥିବା ବେଳେ ପୂର୍ବରୁ ଛକି ବସିଥିବା କଳାହାଣ୍ଡି ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଫାଣ୍ଡି ଏଏସ୍‌ଆଇ ମଳୟ ରଣାଙ୍କୁ କଳାହାଣ୍ଡି ଭିଜିଲାନ୍ସ ବିଭାଗ ଅଧିକ ପଚରା ଉଚୁରା କରୁଛି । ଭିଜିଲାନ୍ସ ଡ଼ିଏସପି ସତ୍ୟବାନ ମହନନ୍ଦ ତତ୍ୱାବଧାନରେ ରେଡ଼ କରାଯାଇଥିଲା। ତେବେ ଏଠାରେ ସୂଚନାଯୋଗ୍ୟ ଯେ ଚଳିତ ମାସ 6 ତାରିଖ ଦିନ ଥୁଆମୂଳ ରାମପୁର ଥାନାର ଅନ୍ୟ ଜଣେ ଏଏସ୍‌ଆଇ ଭିଜିଲାନ୍ସ ହାତରେ ଧାରା ପଡି ଥିବା ଲୋକେ ନ ପାସୋରି ଥିବା ବେଳେ ଅନୁରୂପ ପୋଲିସ ଏଏସ୍‌ଆଇ ଭିଜିଲାନ୍ସ ହାତରେ ଧରା ପଡିବା ଦୁର୍ନୀତି ଗ୍ରସ୍ତଙ୍କୁ ପଦାରେ ପକାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ