ଭୂବନେଶ୍ୱର- ୧ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଛନ୍ତି ଉଦ୍ୟାନ ବିଭାଗର ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ । ବିଜୟ କେତନଙ୍କ ଉପରେ ଦୀର୍ଘ ଦିନ ହେବ ଭିଜିଲାନ୍ସ ନଜର ରଖିଥିଲା । ସେ ହେଉଛନ୍ତି ୨୦୦୯ ବ୍ୟାଚର ଆଇଏସ୍ ଅଧିକାରୀ । ଭିଜିଲାନ୍ସ ଟିମ୍ ଏକ କାଳୀନ ଭାବେ ତାଙ୍କ କାର୍ଯ୍ୟାଳୟ ଓ ବାସଭବନ ଉପରେ ଚଢାଉ ଯାରି ରଖିଛି ।