ଭିଜିଲାନ୍ସ ଜାଲରେ ବଡ ମେଡିକାଲ କଲେଜର ମୁଖ୍ୟ କିରାଣୀ
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ୍) ଅବସର ପ୍ରାପ୍ତ ଡାକ୍ତର ରଶାନନ୍ଦ ମଙ୍ଗୁଆଳଙ୍କ ଅବସର କାଳିନ ଜିପିଏଫ ସମେତ ଅନ୍ୟ ଅବସର କାଳୀନ ସହାୟତା କରାଇବା ପାଇଁ ଅଭିଯୁକ୍ତ ମୁଖ୍ୟ କିରାଣୀ ନିଳକଣ୍ଠ ସାହୁ ଡାକ୍ତରଙ୍କୁ କାଗଜ ପତ୍ର କରାଇଦେବା ପାଇଁ ତାଙ୍କ ଠାରୁ ଲାଞ୍ଚ ମାଗିବା ସହ ହଇରାଣ ହରକତ କରୁଥିଲେ । ଏନେଇ ଡାକ୍ଟର ମଙ୍ଗୁଆଳ କାର୍ଯ୍ୟାଳୟକୁ ବାରମ୍ଭାର ଦୈାଡିବା ସହ କୈାଣସି ସୁଫଳ ନପାଇବାରୁ ମୁଖ୍ୟ କିରାଣୀ ସାହୁଙ୍କ ବିରୋଦ୍ଧରେ ଦୁର୍ନିତୀ ନିବାରଣ ନିକଟରେ ଅଭିଯୋଗ କରିଥିଲେ । ପୂର୍ବ ପ୍ରସ୍ତୁତି ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୪.୪୫ ମିନିଟ ସମୟରେ ଭିଜିଲାନ୍ସ କର୍ମଚାରୀ ମାନେ ସାଧାପୋଷାକରେ କିରାଣୀଙ୍କ କାର୍ଯ୍ୟାଳୟ ଠାରେ ଛକି ରହିଥିଲେ । ଏହି ସମୟରେ ଡାକ୍ତର ମଙ୍ଗୁଆଳ କିରାଣୀଙ୍କ ନିକଟରେ ପହଞ୍ଚି କାଗଜ ପତ୍ର କରାଇଦେବା ପାଇଁ ଲାଞ୍ଚ ବାବଦକୁ ଦାବି ମୁତାବକ ୫ ହଜାର ଟଙ୍କା କିରାଣୀ ସାହୁଙ୍କୁ ପ୍ରଦାନ କରିଥିଲେ । ସେ ଡାହାଣ ହାତରେ କେମିକାଲ ବୋଳା ଲାଞ୍ଚ ଟଙ୍କା ଗ୍ରହଣ କରି ନିଜର ଛାତି ପକେଟରେ ରଖିଥିଲେ । ଏହି ସମୟରେ ପୂର୍ବରୁ ଛକି ରହିଥିବା ଦୁର୍ନିତୀ ନିବାରଣ ବିଭାଗର ଅଧିକାରୀ ମାନେ ସାହୁଙ୍କୁ ରଙ୍ଗ ହାତରେ ଧରିବା ସହ ପରୀକ୍ଷା କରିବା ବେଳେ ହାତରୁ କେମିକାଲବୋଳା ଗୋଲାପି ପାଣି ବାହାରିଥିଲା ।ପରବର୍ତ୍ତୀ ଅବସ୍ଥାରେ କିରାଣୀ ସାହୁଙ୍କୁ ଗିରଫ କରିବା ସହ ଭିଜିଲାନ୍ସ ଆଇନ ୭ ପିସି ଅନୁଯାୟୀ ତାଙ୍କୁ ଗିରଫ କରାଯାଇ କାର୍ଯ୍ୟାଳୟକୁ ଅଣାଯାଇଥିବା ଜଣାପଡିଛି । ଆସନ୍ତା କାଲି ଅଧିକ ତଦନ୍ତ କରାଯିବା ସହ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି । ଦୁର୍ନିତି ନିବାରଣ ବିଭାଗ ଅଧକ୍ଷକ ମାୟାଧର ସ୍ୱାଇଁ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଉକ୍ତ କେସଟି ତଦନ୍ତ କରାଯାଉଥିବା ଜଣାପଡିଛି ।


