ଭିଜିଲାନ୍ସ ଜାଲରେ ବନ ବିଭାଗର ଅଧିକରୀ
ସମ୍ବଲପୁର : ଗୁରୁବାର ପଡ଼ିଆବାହାଲ ବନ ବିଭାଗ ଅଧିକାରୀଙ୍କ ଘରେ ସମ୍ବଲପୁର ଭିଜିଲାନ୍ସ ଚଢ଼ାଉ କରିଛି। ରେଞ୍ଜର ସୁରେଶ ମିର୍ଧାଙ୍କ ପୁଟି ବନ୍ଧ ସ୍ଥିତ ଘର ସମେତ ୩ ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ସୁରେଶ ମିର୍ଧା ପଡ଼ିଆବାହାଲ ବନ ଖଣ୍ତ ରେଞ୍ଜ ଅଫିସରେ ରେଞ୍ଜର ଭାବେ କାର୍ୟ୍ୟ କରୁଛନ୍ତି । ସୂଚନା ଅନୁସାରେ, ଏହି ଅଞ୍ଚଳରୁ ବିଭିନ୍ନ ସମୟରେ ବ୍ୟାପକ ମାତ୍ରାରେ ମୂଲ୍ୟବାନ କାଠ ଓ କେନ୍ଦୁପତ୍ର ଚୋରା ଚାଲାଣ ହେବାର ଅଭିଯୋଗ ହୋଇଛି। ଏହି ରେଞ୍ଜ ଅଧିନରେ ହାତୀ ଦାନ୍ତ ସହ ପଶୁ ପକ୍ଷୀ ଚୋରା ଚାଲାଣ ମଧ୍ୟ ହୋଇଥାଏ । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ବନ ବିଭାଗର ଉଚ୍ଚ ପଦାଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ କିଛି ବ୍ୟକ୍ତି ଏନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ ।