ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ୱ ସହାୟିକା, ଘରବାରି ପଟ୍ଟା କରାଇଦେବା ନାମରେ ୫ ହଜାର ଟଙ୍କା ଲାଂଚ ନେଉଥିଲେ

ଛତ୍ରପୁର, (ଦେବଦତ୍ତ ମହାରଣା):ଘରବାରି ପଟ୍ଟା କରାଇଦେବା ନାମରେ ୫ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଛତ୍ରପୁର ତହସିଲ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟିକା ସ୍ୱାତି ସୁଚରିତା ପାତ୍ର । ତହସିଲ କାର୍ଯ୍ୟାଳୟ ପରିସରରେ ଥିବା ସ୍ୱାତିଙ୍କ ସ୍କୁଟିରୁ ଟଙ୍କା ଜବତ କରିଛି ବ୍ରହ୍ମପୁର ଭିଜିଲାନ୍ସ ଟିମ । ପରେ ସ୍ୱାତିଙ୍କ ହାତ ଧୋଇବା ପରେ ନାଲି ରଙ୍ଗ ହୋଇଯାଇଥିଲା । ସୂଚନା ଥାଉକି ଛତ୍ରପୁର ଏନଏସି ଅଚଂଳର କପିଳସାହିର ଭି.ଦିଲ୍ଲିପ କୁମାର ପ୍ରଥମେ କିସମ ପରିବର୍ତନ ପାଇଁ ଏକ ହଜାର ଟଙ୍କା ଲାଂଚ ଦେଇଥିଲେ । ଏହାପରେ ଘରବାରି ପଟ୍ଟା ପାଇଁ ସେ ପୁଣି ୫ହଜାର ଟଙ୍କା ଲାଂଚ ମାଗିଥିଲେ । ଏପରିକି ଏହି ପଟ୍ଟା ପାଇଁ ଅନେକ ଥର ତହସିଲ କାର୍ଯ୍ୟାଳୟକୁ ଆସି ଟଙ୍କା ନଦେଲେ ହେବନାହିଁ ବୋଲି ସ୍ୱାତି ତାଙ୍କୁ କହୁଥିଲେ । ତହସିଲ ଅଫିସରେ କେବଳ ତାଙ୍କୁ ନୁହେଁ ଅନେକ କିରାଣୀ ଓ ପିଅନ ମଧ୍ୟ ଲାଂଚ ନଦେଲେ କାର୍ଯ୍ୟ ହେଉନାହିଁ ବୋଲି କହିବା ସହ ବହୁତ ଭିଡିଓ ମଧ୍ୟ ତାଙ୍କ ପାଖରେ ରହିଥିବା ଗଣମାଧ୍ୟମକୁ କହିଥିଲେ । ସେମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି ମଧ୍ୟ ସେ କହିଛନ୍ତି । ସେ ଯେତେବେଳେ ଘରବାରି ପଟ୍ଟା ଖଣ୍ଡେ ପାଇବା ପାଇଁ ବହୁବାର ଆସି ନିରାଶ ହେବାପରେ ଶେଷରେ ବ୍ରହ୍ମପୁର ଭିଜିଲାନ୍ସ ଟିମକୁ ଜଣାଇଥିଲେ । ଆଜି ବ୍ରହ୍ମପୁର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଏକ ଟିମ୍ ଛତ୍ରପୁର ତହସିଲ କାର୍ଯ୍ୟାଳୟକୁ ଆସି ସ୍ୱାତି ଟଙ୍କା ନେଇ ନିଜ ସ୍କୁଟି ଭିତରେ ଟଙ୍କା ରଖିବା ପରେ ଭିଜିଲାନ୍ସ ତାକୁ କାବୁ କରିବା ସହ ପଚରା ଉଚରା କରିଥିଲା । ପରେ ତାକୁ ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇଯାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ