ଭିଜିଲାନ୍ସ ଜାଲରେ ବାଲେଶ୍ୱର ଯୋଗାଣ ଅଧିକାରୀ : ଅଧିକାରୀଙ୍କ କାର୍ଯ୍ୟାଳୟର ଆଣ୍ଟି ସ୍ଲଗଲିଂ ଗାର୍ଡ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଭିଜିଲାନ୍ସ ଜାଲରେ ବାଲେଶ୍ୱର ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟର ଆଣ୍ଟି ସ୍ଲଗଲିଂ ଗାର୍ଡ ଜନାର୍ଦ୍ଦନ ପଲାଇ । ଆର‌୍ୟ ବର୍ହିଭୁତ ଠୁଳ ଅଭିଯୋଗ ରେ ଗଞ୍ଜାମ, ବାଲେଶ୍ୱର ଜିଲ୍ଲାର ୫ ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ରେଡ । ଏନେଇ ଶୁକ୍ରବାର ଛତ୍ରପୁର ବ୍ଲକ ଅନ୍ତର୍ଗତ ହୁମର ଗ୍ରାମ ଠାରେ ଥିବା ଜନାର୍ଦ୍ଦନ ପଲାଇ ଙ୍କ ନିଜ ପୌତୃିକ ବାସ ଭବନ ଠାରେ ପୂର୍ବାହ୍ନରେ ବାଲେଶ୍ୱର ଓ ବ୍ରହ୍ମପୁର ର ମିଳିତ ଭିିଜିଲାନ୍ସ ଟିମ ଚଢାଉ କରି ବିଭିନ୍ନ ତଥ୍ୟ ସଂଗ୍ରହ କରିବା ସହ ବାସ ଭବନର ଅଟକଳ ମୁଲ୍ୟ ଆକଳନ କରିଛନ୍ତି । ଏହା ସହିତ ଗ୍ରାମର କିଛି ଲୋକଙ୍କ ସହ ମଧ୍ୟ ଏହି ଟିମ୍ ବିଭିନ୍ନ ବିଷୟରେ ଆଲୋଚନା କରି ତଥ୍ୟ ସଂଗ୍ରହ କରିଛନ୍ତି । ଏହି ଚଢାଉ ରେ ବ୍ରହ୍ମପୁର ଭିଜିଲାନ୍ସ ଇନିସେପକ୍ଟର ବିଜୟ ଲକ୍ଷ୍ମୀ ପଣ୍ଡାଙ୍କ ସମେତ ବାଲେଶ୍ୱର ଭିଜିଲାନ୍ସ ଟିମର ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ । ପୂର୍ବରୁ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଗତ ୨୦ ତାରିଖ ଦିନ ଛତ୍ରପୁର ରାମନଗର ନିବାସୀ ତଥା ରାଜ୍ୟ ଯୋଗାଣ ବିଭାଗ ମୁଖ୍ୟାଳୟର ସିଏସଓ ଭାବେ କାର୍ଯ୍ୟରତ ଥିବା ଅନାଦି ଚରଣ ସେଠୀଙ୍କ ଘରେ ମଧ୍ୟ ଭିଜିଲାନ୍ସ ଟିମ ଚଢାଉ କରିଥିବା ବେଳେ ଆଜି ପୁଣି ଛତ୍ରପୁର ବ୍ଲକର ହୁମର ଗ୍ରାମରେ ବାଲେଶ୍ୱର ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟର ଆଣ୍ଟି ସ୍ଲଗଲିଂ ଗାର୍ଡଙ୍କ ନ୍ଖକ୍ସ ପୌତୃିକ ବାସଭବନରେ ଚଢାଉ କରାଯାଇଥିବାରୁ ଯୋଗାଣ ବିଭାଗର କର୍ମଚାରୀ ଓ ଅଧିକାରୀଙ୍କ ମନରେ ଛନକା ପଶିଥିବା ଦେଖିବାକୁ ମିଳିିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ