ଭିଜିଲାନ୍ସ ଜାଲରେ ବେଗୁନିଆପଡ଼ା ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ

କୋଦଳା, (ଗୁଲସନ କୁମାର କର):ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକରେ କାର୍ଯ୍ୟରତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ କୁମାର ନାୟକ। ଆଜି ସକାଳୁ ସକାଳୁ ବେଗୁନିଆପଡ଼ା ବ୍ଳକରେ ଭିଜିଲାନ୍ସ ରେଡ୍ ହୋଇଛି ।ବ୍ଲକ କାର୍ଯ୍ଯାଳୟରେ କାର୍ଯ୍ୟରତ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ କୁମାର ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଛି। ସୂଚନା ଅନୁସାରେ ଆଜି ବେଗୁନିଆପଡ଼ା ବ୍ଳକର ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ କୁମାର ନାୟକ ବାର୍ଧକ୍ୟ ଭତ୍ତା କରାଇଦେବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଭତ୍ତା ପାଇଁ ଲାଞ୍ଚ ମାଗୁଥିବା ନେଇ ବ୍ଲକର ମଠସରସିଂ ପଞ୍ଚାୟତର ସମିତି ସଭ୍ୟା ପ୍ରତିନିଧି ଝଡିଆ ସ୍ବାଇଁ ଏନେଇ ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଏହାପରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଝଡିଆ ଆଜି ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ କାବୁ କରିବାରେ ସକ୍ଷମ ହୋଇଛନ୍ତି। ତାଙ୍କଠାରୁ ୬ ହଜାର ଟଙ୍କା ସହ ଗିରଫ କରି ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇଥିବା ବେଳେ ଏନେଇ ଅଧିକ ଖୋଳତାଡ଼ କରୁଛି ଭିଜିଲାନ୍ସ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ