ଭିଜିଲାନ୍ସ ଜାଲରେ ଭବାନୀପାଟଣା ପୌର ଯନ୍ତ୍ରୀ ସମୀର ଠାକୁର
ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୌର ପରିଷଦର ଉପନିର୍ବାହୀ ଯନ୍ତ୍ରୀ ସମୀର ଠାକୁରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ମହାବୀର ପଡ଼ାରେ ଥିବା ତାଙ୍କ ବାସ ଭବନ ଓ ପୌର କାର୍ଯ୍ୟାଳୟ ସମେତ ସମୀର ଠାକୁର ଇରିଗେସନ କଲୋନୀରେ ଥିବା ଶଶୁର ଘର ସମେତ ୪ ଟି ସ୍ଥାନରେ ଏକକାଳିନୀ ଚଢ଼ାଉ କରିଛି ଭିଜିଲାନ୍ସ ।ଭିଜିଲାନ୍ସ ବିଭାଗର ୪ ଟି ସ୍ୱତନ୍ତ୍ର ଟିମ ଏହି ଚଢ଼ାଉରେ ସାମିଲ ହୋଇଛି। ସମୀର ଠାକୁର ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ ସମୟ ଧରି ଭବାନୀପାଟଣା ପୌର କାର୍ଯ୍ୟାଳୟରେ କାର୍ଯ୍ୟରତ ରହିଥିବା ବେଳେ ଆଜି ଭିଜିଲାନ୍ସ ବିଭାଗର ହାବୁଡ଼ରେ ପଡିଛି। ଚଢ଼ାଉ ପରେ ସମ୍ପତ୍ତିର ଆକଳନ କରାଯିବ ବୋଲି ଭିଜିଲାନ୍ସ ବିଭାଗ ସୂଚନା ଦେଇଛି। ୫ ଜଣ ଡିଏସ୍ପି, ୬ ଜଣ ଇନ୍ସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ମିଶି ସହକାରୀ ଯନ୍ତ୍ରୀଙ୍କ ଘରେ ଚଢ଼ାଉ କରିଥିବା ସୂଚନା ରହିଛି।