ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଅଭୟ ତ୍ରିପାଠୀ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ) :କରୋନା’ ପାଇଁ ସରକାର ଚିନ୍ତିତ ଥିବାବେଳେ କିନ୍ତୁ ସରକାରୀ କର୍ମଚାରୀ ବିଭିନ୍ନ ଅସାଧୁ ଉପାୟରେ ମାଲ ପକେଟ୍ ରେ ଭର୍ତ୍ତି କରିବାରେ ବ୍ୟସ୍ତ ରହୁଛନ୍ତି । ସରକାର ଆର୍ଥିକ ପରିସ୍ଥିତି ନେଇ ଚିନ୍ତିତ ଥିବାବେଳେ ସରକାରୀ କର୍ମଚାରୀ ନିଜର ଆର୍ଥିକ ପରିସ୍ଥିତି ବୃଦ୍ଧି ପାଇଁ ବ୍ୟସ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲାରେ । ଓଡ଼ିଶାର ସର୍ବବୃହତ ମୟୁରଭଞ୍ଜ ଜିଲ୍ଲାର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଅଭୟ ତ୍ରିପାଠୀ ଶୁକ୍ରବାର ଦିନ ସରକାରୀ ଗାଡିରେ ନିଜର ଭୁବନେଶ୍ୱରସ୍ଥ ଖଣ୍ଡଗିରି ବାସ ଭବନକୁ ରଜ ଛୁଟି କାଟିବା ପାଇଁ ଯାଉଥିଲେ ।ରଜ ହେଉଛି ଉତ୍କଳୀୟଙ୍କ ଗଣ ପର୍ବ । ତେଣୁ ଘରକୁ ରଜ ପାଇଁ କିଛି ତ ନେବାକୁ ପଡ଼ିବ ।ସେ ଯାହା ହେଉ ମୟୂରଭଂଜ ଜିଲ୍ଲାର ୧୮ନମ୍ବର ଜାତୀୟ ରାଜପଥର ବେତନଟି ଛକରେ କୌଣସି ସୂତ୍ରରୁ ଖବର ପାଇ ବାଲେଶ୍ଵର ଓ ମୟୂରଭଞ୍ଜ ଭିଜିଲାନ୍ସ କର୍ମଚାରୀ ଛକି ରହି ସେଠାରେ ଡାକ୍ତର ଅଭୟଙ୍କ ଗାଡିକୁ ଅଟକାଇ ଛାନଭିନ ଆରମ୍ଭ କରିଥିଲେ ।ଗାଡିରୁ ନଗଦ ୩ଲକ୍ଷ ୯୧,୦୦୦ଟଙ୍କା ଜବତ କରିଥିଲେ ।ତଦସହ ତାଙ୍କର ସରକାରୀ କାର୍ଯ୍ୟାଳୟ, ବାରିପଦାର ମଧୁବନ ଠାରେ ରହୁଥିବା ବାସଭବନ, ଖଣ୍ଡଗିରି ବାସଭବନରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି । ଡାକ୍ତର ଅଭୟ କେଉଁ ପରିସ୍ଥିତିରେ ଏତେ ଟଙ୍କା ନେଇ ସାଙ୍ଗରେ କି ଉଦ୍ଦେଶ୍ୟରେ ନେଇ ଯାଉଥିଲେ ତାହା ତଦନ୍ତରେ ଜଣା ପଡ଼ିବ ! ସରକାରଙ୍କ ନିୟମ ଅଛି ସରକାରୀ ଗୃହରେ ରହିବା ପାଇଁ କିନ୍ତୁ ସେ ବେସରକାରୀ ଭଡ଼ାଘରେ କାହିଁକି ରହୁଥିଲେ ?


