ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ

କଳାହାଣ୍ଡି- ଜିଲ୍ଲା ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦୋରା ଭିଜିଲାନ୍ସ ଜାଲରେ । ୧ ଲକ୍ଷ ୧୦ ହଜାର ଟଙ୍କା ନେଇ ଅଫିସ୍ ରୁ ନିଜ ଭଡା ଘର ହିଲ୍ ଟାଉନ କୁ ଯାଉଥିବା ବେଳେ ଭିଜିଲାନ୍ସ ରେଡ୍ । ଏହା ସହିତ ତାଙ୍କୁ ଅଟକ ରଖି ପଚରା ଉଚରା ଜାରିରହିଛି । ସୂଚନାଥାଉକି ଆଜି ଅପରାହ୍ନରେ ଭିଜିଲାନ୍ସ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦୋରା ମୋଟା ଅଙ୍କ ର ଟଙ୍କା ନେଇ ଅଫିସ୍ ଗାଡିରେ ନିଜ ବାସଭବନକୁ ଯାଉଥିବା ବେଳେ ହିଲ୍ ଟାଉନ୍ ନିକଟରେ ଗାଡି ଅଟକାଇ ଥିଲେ ଗାଡିରୁ ୧ ଲକ୍ଷ ୧୦ ହଜାର ଟଙ୍କା କାହାର ବୋଲି ପ୍ରଶ୍ନ କରିବାରୁ ଯୋଗାଣ ଅଧିକାରୀ ଉତ୍ତର ଦେଇପାରିନଥିଲେ । ଭିଜିଲାନ୍ସ ଅଫିସ୍ କୁ ଆଣି ଅଟକ ରଖି ଅଧିକ ତଦନ୍ତ କରୁଥିବା ଭିଜିଲାନ୍ସ ଡିଏସ୍ ପିସତ୍ୟବାନ ମହାନନ୍ଦ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ