ଭିଜିଲାନ୍ସ ଜାଲରେ ରାଧାଦେଇପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣଗ୍ରାହୀ):ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟନେଇ ପର୍ଯ୍ୟାପ୍ତ ଅର୍ଥ ବ୍ୟବସ୍ତା ହେଉଥିବା ବେଳେ ସାନଖେମୁଣ୍ଡି ବ୍ଲକର ରାଧାଦେଇପୂର ପଞ୍ଚାୟତରେ ଏହି ଅର୍ଥର ବ୍ୟାପକ ହେରଫେର ସହ ଆତ୍ମସାତ ହେଇଥିବା ଜଣାପଡିଛି । ପଞ୍ଚାୟତର କାର୍ଯ୍ୟରତ ନିର୍ବାହୀ ଅଧିକାରୀ କ୍ଷେତ୍ରମୋହନ ନାୟକ ସରପଞ୍ଚଙ୍କ ଜାଲ୍ ଦସ୍ତଖଟରେ ପଞ୍ଚାୟତର ସିଏଫସି ଓ ଏସଏଫସି ପାଣ୍ଠିର ରହିଥିବା ୪ ଗୋଟି ଆକାଉଣ୍ଟରୁ ୩୮ ଲକ୍ଷ ଟଙ୍କା ଆତ୍ମସାତ କରି ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।ସୂଚନା ପ୍ରକାରେ ଅକ୍ଟୋବର – ୨୪ ରୁ ମାର୍ଚ୍ଚ – ୨୫ ସମୟ ସଂପୃକ୍ତ ପିଇଓ କ୍ଷେତ୍ରମୋହନ ନାୟକ ପଞ୍ଚାୟତର ଦିଗପହଣ୍ଡି ଆକ୍ସିସ ବ୍ୟାଙ୍କ୍ ଏବଂ ପାଟପୁର କାନାରା ବ୍ୟାଙ୍କ୍ ଶାଖାରେ ଥିବା ପଞ୍ଚାୟତ ପାଣ୍ଠି ଜମା ଖାତାରୁ ପଞ୍ଚାୟତର କ୍ରମାଗତ ଭାବେ ସରପଞ୍ଚଙ୍କ ଜାଲ ଦସ୍ତଖତରେ ଟଙ୍କା ଉଠାଣ କରିଥିବା ନେଇ ସରପଞ୍ଚ ଡି ରାକେଶ ପାତ୍ର ସାନଖେମୁଣ୍ଡି ଗୋଷ୍ଠି ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର ଙ୍କୁ ଅଭିଯୋଗ କରିଥିଲେ । ସରପଞ୍ଚଙ୍କ ଅଭିଯୋଗ ଭିତ୍ତିରେ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ମାର୍ଚ୍ଚ – ୧୩ ତାରିଖରେ ସଂପୃକ୍ତ ନିର୍ବାହୀ ଅଧିକାରୀଙ୍କୁ ୭ ଦିନିଆ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଏକ ଟିମ୍ ଘଟଣାର ତଦନ୍ତ ପାଇଁ ପଞ୍ଚାୟତ କୁ ପଠାଇଥିଲେ ।ତଦନ୍ତ ରିପୋର୍ଟ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ଙ୍କୁ ଅବଗତ କରାଇଥିଲେ। କିନ୍ତୁସଂପୃକ୍ତ ନିର୍ବାହୀ ଅଧିକାରୀ କ୍ଷେତ୍ରମୋହନ ନାୟକ କୌଣସି ଉତ୍ତର ରଖି ନଥିଲେ । ଏନେଇ ପାଟପୁର ଥାନାରେ ସରପଞ୍ଚଙ୍କ ମୌଖିକ ଅଭିଯୋଗ କ୍ରମେ ପାଟପୁର ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ସଂପୃକ୍ତ ପିଇଓ ଙ୍କୁ ତାଙ୍କ ବ୍ରହ୍ମପୁର ବାସ ଭବନରୁ ଉଠାଇ ଆଣି ଅଟକ ରଖି ପଚରାଉଚରା କରିଥିଲେ । ଅପରାହ୍ନରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ପହଞ୍ଚି ନିର୍ବାହୀ ଅଧିକାରୀ କ୍ଷେତ୍ର ମୋହନଙ୍କୁ ନିଜ ହେପାଜତକୁ ନେଇଥିବା ଜଣା ପଡ଼ିଛି । ପଞ୍ଚାୟତ ରୁ ଟଙ୍କା ଆତ୍ମସାତ ନେଇ ରାଧଦେଇପୁର ସରପଞ୍ଚ ଡି ରାକେଶ କୁମାର ପାତ୍ର ଙ୍କୁ ପଚାରିବାରୁ ସେ କହିଲେ ମୋର ଜାଲ ଦସ୍ତଗତ କାରୀ ୩୮ ଲକ୍ଷ୍ୟ ଟଙ୍କା ଆତ୍ମସାତ କରିଥିବା କହିଛନ୍ତି।