ଭିଜିଲାନ୍ସ ଜାଲରେ ହିନ୍ଦୀ ଶିକ୍ଷକ

ବ୍ରହ୍ମପୁର,( ରାଜେଶ କୁମାର ପଟ୍ଟନାୟକ):ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ବୈକୁଣ୍ଠନଗରରେ ରହୁଥିବା ଜଣେ ଶିକ୍ଷକଙ୍କ ଘରେ ବୁଧବାର ଚଢାଉ କରିଛି। ଝାଡ଼ାଙ୍କୋଲି ଯଶୋଦା ହାଇସ୍କୁଲର ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ବିଭାଗ ବୈକୁଣ୍ଠନଗର ଦ୍ୱିତୀୟ ଲାଇନ୍‌ ଘର, ବ୍ରହ୍ମାନଗରସ୍ଥିତ ଘର, କୋଟଲିଙ୍ଗିରେ ଥିବା ପୈତୃକ ଘର, ଚିକିଟି ଲକ୍ଷ୍ମୀପୁରସ୍ଥିତ ଘରୋଇ ସ୍କୁଲ, ଯଶୋଦା ହାଇସ୍କୁଲ ଅଫିସରେ ଏକକାଳୀନ ଚଢ଼ାଉ କରିଥିଲା। ଯାଞ୍ଚ ପରେ ଶିକ୍ଷକ ସାହୁ ଓ ତାଙ୍କ ପରିବାରବର୍ଗଙ୍କ ନାମରେ ମୋଟ ୪କୋଟି ୯୩ ଲକ୍ଷ ୯୭ ହଜାର ୨୪୪ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଭିଜିଲାନ୍ସ ବିଭାଗ ଠାବ କରିଛି । ସେହିପରି ସମ୍ପତ୍ତି ତାଲିକା ମଧ୍ୟରେ ବ୍ରହ୍ମାନଗରରେ ୫ମହଲା, ବୈକୁଣ୍ଠନଗରରେ ୩ମହଲା ଘର, ଗୋପାଳପୁରରେ ଫ୍ଲାଟ୍‌, ୧୦ ଜମି, ଭୁବନେଶ୍ୱର ଓ ପୁରୀରେ ଆପାର୍ଟମେଣ୍ଟ ଆଦି ରହିଛି। ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ବ୍ୟାଙ୍କ ଜମା ରହିଥିବା ଭିଜିଲାନ୍ସ ବିଭାଗ ସୂତ୍ରରୁ ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ