ଭିଜିଲାନ୍ସ ଜାଲରେ ୱେସ୍କୋ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ

ବଲାଙ୍ଗୀର,(ସୁଜିତ କୁମାର ମେହେର): ଭିଜିଲାନ୍ସ ଜାଲରେ ପୁଣି ଜଣେ ଅଧିକାରୀ। ବଲାଙ୍ଗୀର ୱେସ୍କୋ କାର୍ଯ୍ୟାଳୟର ଜୁନିୟର ଆକାଉଣ୍ଟାଣ୍ଟ ବିଭୂତି ଶଙ୍କର ବିନ୍ଧାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଜାରି ।ସହରର ସର୍କିଟ ହାଉସ ନିକଟସ୍ଥ ଘର ଓ ଅଫିସରେ ଚଢାଉ କରିଛି ଭିଜିଲାନ୍ସ । ସମ୍ବଲପୁର, ବରଗଡ, ସୋନପୁର ଓ ବଲାଙ୍ଗୀର ଭିଜିଲାନ୍ସ ଟିମ ମିଳିତ ଭାବେ ଚଢାଉ ଜାରି ରଖିଛନ୍ତି । ଏବେ ସୁଦ୍ଧା ନଗଦ 16 ଲକ୍ଷ 32 ହଜାର 250 ଟଙ୍କା ସହ ବିପୁଳ ପରିମାଣର ସୁନା ଗହଣା ଓ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ସୂଚନା ମିଳିଛି ।ତେବେ ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗ ପରେ ଅଦାଲତଙ୍କ ଠାରୁ ସର୍ଚ୍ଚ ୱାରେଣ୍ଟ ଆଣି ଭିଜିଲାନ୍ସ ଏହି ଚଢାଉ ଜାରି ରଖିଛି । ସେପଟେ ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗକୁ ଅସ୍ବୀକାର କରିଛନ୍ତି ବିଭୂତି ଶଙ୍କର ବିନ୍ଧାଣୀ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ