ଭିଜିଲାନ୍ସ ଯନ୍ତାରେ ଝରାଡିହି ଫାଣ୍ଡି ଅଧିକାରୀ।

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ତିରିଂ’ଥାନା ଅଧିନ ଝରାଡିହି ଫାଣ୍ଡି ଅଧିକାରୀ ଏଏସଆଇ ସତ୍ୟବାନ ଗିରି ବୂଧବାର ରାତି ୮ଟ ପାଖାପାଖି ସମୟରେ ଜଣେ ଲାଇସେନ୍ସପ୍ରାପ୍ତ ଦେଶୀ ମଦ ଦୋକାନୀ ଠାରୁ ୯୦୦୦ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଅଧିକାରୀ’ଙ୍କ ହାତରେ ଧରାପଡି ଗିରଫ ହୋଇଛନ୍ତି।ବହଳଦା ବ୍ଲକ ଯଶିପୁର ଗ୍ରାମପଞ୍ଚାୟତ ବୁଢିଗୋଡା ଗ୍ରାମର “ସରକାରୀ ଦେଶୀ ମଦଭାଟି’ ମାଲିକ ତମ୍ବରାୟ ମାହାଲି’ଙ୍କ ଅଭିଯୋଗ ଅନୁସାରେ ଫାଣ୍ଡି ଅଧିକାରୀ ସତ୍ୟବାନ ଗିରି ତାଙ୍କୁ ଧମକ ଚମକ ଦେଇ ବାରମ୍ବାର ଟଙ୍କା ଦାବି କରିବା ସହିତ ହୋଇରାଣ ହରକତ କରିଆସୁଥିଲେ।ମଦଭାଟି ଚଲାଇବାର ଲାଇସେନ୍ସ ଥିବା ସତ୍ବେ ପୋଲିସ ଅଧିକାରୀ’ଙ୍କ ଜୁଲମରେ ଅତିଷ୍ଠ ହୋଇ ଭିଜିଲାନ୍ସ କାର୍ଯ୍ୟାଳୟରେ ଏ ବିଷୟରେ ଅଭିଯୋଗ କରିଥିଲେ।ତେବେ ଯୋଜନା ଅନୁସାରେ ବାଲେଶ୍ବର ଭିଜିଲାନ୍ସ ଡିଏସ୍ପି ସନ୍ତୋଷ କୁମାର ସାମନ୍ତରାୟ ଦଳବଳ ସହିତ ଚଢଉ କରିବାକୁ ପହଞ୍ଚିଥିଲେ ଏବଂ ଯୋଜନା ଅନୁସାରେ, ଫାଣ୍ଡି ଅଧିକାରୀ ଦାବି କରୁଥିବା ଲାଞ୍ଚ ଟଙ୍କା ମାସକୁ ୩’ହଜାର ଟଙ୍କା ଲେଖାଏଁ ତିନି ମାସର ୯’ହଜାର ଟଙ୍କା, ଯାହାକି ଭିଜିଲାନ୍ସ ଟିମ୍ ର ରଙ୍ଗବୋଳା ଟଙ୍କା ରହିଥିଲା,ସେହି ଟଙ୍କା ଲାଞ୍ଚ ନେଉଥିବା ବେଳେ ଅଧିକାରୀ ମାନଙ୍କ ହାତରେ ଧରାପଡିଥିଲେ ଏବଂ ଘଟଣାର ତଦନ୍ତ କରାଯିବା ସହିତ ତାଙ୍କୁ ଗିରଫ କରାଯାଇଥିଲା।ମୟୁରଭଞ୍ଜ ଜିଲ୍ଲା ଖିଚିଂ ନିକଟସ୍ଥ ଜାମୁନାଳିଆ ଗ୍ରାମରେ ଥିବା ତାଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢଉ ଜାରି ରହିଥିବାର ସମ୍ଭାବନା ଥିବା ନେଇ ଭିଜିଲାନ୍ସ ଡିଏସପି ସୂଚନା ଦେଇଥିଲେ। ଏହାପରେ ବହଳଦା ଅବକାରୀ କାର୍ଯ୍ୟାଳୟରେ ମଧ୍ୟ ଘଟଣାକୁ ନେଇ ତଦନ୍ତ କରାଯାଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ