ଭିଜିଲାନ୍ସ ଯନ୍ତାରେ ଶୁକ୍ରୁଳି ଉଦ୍ୟାନ ବିଭାଗୀୟ କାର୍ଯ୍ୟ ନିର୍ବାହୀ ଅଧିକାରୀ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ବିଭିନ୍ନ ବିଭାଗୀୟ କାର୍ଯ୍ୟାଳୟରେ ଦୁର୍ନୀତି ଗ୍ରସ୍ତ ଓ ଲାଞ୍ଚ ଖୋର କର୍ମଚାରୀଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଉଛି ।ସରଳ ଆଦିବାସୀଙ୍କ କଷ୍ଟ ଉପାର୍ଜିତ ଧନକୁ ଲୁଟିଚାଲିବାରେ ବ୍ୟସ୍ତ ।ଆଦିବାସୀଙ୍କର ଆର୍ଥିକ ବିକାଶ ପାଇଁ ସରକାର କୋଟି କୋଟି ଟଙ୍କାର ବିଭିନ୍ନ ଯୋଜନା କରୁଥିବା ବେଳେ କିଛି ଦୁର୍ନୀତି ଗ୍ରସ୍ତ କର୍ମଚାରୀ ତୃଣମୂଳ ସ୍ତରରେ ଟଙ୍କାକୁ ଚଳୁ କରି ଦେଇ ସରକାରଙ୍କ ଯୋଜନାକୁ ପଣ୍ଡା କରି ଦେଉଛନ୍ତି । ଏହିଭଳି ଘଟଣା ଦେଖିବାକୁ ମିଳିଛି ଶୁକ୍ରୁଳି ଉଦ୍ୟାନ ବିଭାଗରେ । ଶୁକ୍ରବାର ଦିନ ୧୨ଟା ପାଖାପାଖି ସମୟରେ ବାରିପଦା ଭିଜିଲାନ୍ସ ଟିମ୍ ଆଜି ଶୁକ୍ରୁଳି ଉଦ୍ୟାନ ବିଭାଗର ଚତୁରଞ୍ଜଳୀ ପଞ୍ଚାୟତର ବଡପାଣି ଗ୍ରାମର ଚନ୍ଦ୍ର ମୋହନ ବାଇପେଇ (ଉଦ୍ୟାନ ସାଥୀ)ଙ୍କ ଠାରୁ ଉଦ୍ଯାନ ବିଭାଗୀୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋଜ ସାହୁ ଉଦ୍ୟାନ ବିଭାଗକାର୍ଯ୍ୟାଳୟ ପରିସରରେ ୬୫୦୦ ଟଙ୍କା ଲାଞ୍ଚ ନେବାବେଳେ ସମୟରେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥଲା। ବାରିପଦା ଭିଜିଲାନ୍ସ ଟିମ୍ ପକ୍ଷରୁ ସୁନିଲ ଏକ୍କା, ଦୁଷ୍ମନ୍ତ ନାୟକ ପ୍ରମୁଖ ଚଢ଼ାଉରେ। ସାମିଲ ହୋଇଥିଲେ ।