ଭିଟାମିନଯୁକ୍ତ ଚାଉଳ ବଣ୍ଟନ ସଚେତନତା ରଥର ଶୁଭ ଉଦ୍‌ଘାଟନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଫର୍ଟିଫାଏଡ ଚାଉଳ କହିଲେ ଆମେ ଭିଟାମିନଯୁକ୍ତ ଚାଉଳକୁ ବୁଝୁ । ଏହି ଚାଉଳରେ ରହିଛି ଲୈାହସାର, ଫରିକ ଏସିଡ୍ ଓ ଭିଟାମିନ ବି-୧୨ । ଯାହା ରକ୍ତହୀନତା ଓ ପୃଷ୍ଟିହୀନତା ଦୂର କରିବାରେ ସହାୟକ ହୁଏ । ଆମ ଦେଶ ତଆ ରାଜ୍ୟରେ ପ୍ରାୟ ୭୦ ଭାଗ ଲୋକ ରକ୍ତହୀନ, ପୃଷ୍ଟିହୀନ ହେବାଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ଶଙ୍କଟ ଦେଖାଯିବା ସହ ବିଭିନ୍ନ ରୋଗ ବ୍ୟାଧିରେ ସେମାନେ ଆକ୍ରାନ୍ତ ହେଉଛନ୍ତି । ସରକାର ଏଥିପାଇଁ ଏହି କୁପୋଷଣ ବିରୁଦ୍ଧରେ ଲଢେଇ କରିବାକୁ ଯୋଜନା କରିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଅନୁସାରେ ଏହି ଫର୍ଟିଫାଏଡ୍ ଚାଉଳ ଟେକ୍ନୋଲୋଜି ମାଧ୍ୟମରେ ପ୍ରସ୍ତୁତ କରାଯାଉଛି । ଗୋଟେ କିଲୋ ଚାଉଳରେ ୧୦ଗ୍ରାମ ଫର୍ଟିଫାଏଡ୍ ଚାଉଳ ମିଶିକି ଥାଏ । ଯାହାକୁ ଖାଇଲେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ବିଶେଷ କରି ଗର୍ଭବତୀ ମହିଳା ଓ ଶିଶୁମାନେ ଏହି ଚାଉଳକୁ ଭାତ/ଖେଚୁଡି ଖାଇଲେ ଉପକାର ମିଳିଥାଏ । କିଛି ନଜାଣିଥିବା, ନବୁଝିଥିବା ଲୋକ ଗୁଜବ କରୁଛନ୍ତି କି ଇଏ କୁଆଡେ ପ୍ଲାଷ୍ଟିକ୍ ଚାଉଳ, ଏହାକୁ ଖାଇଲେ ଦେହ ଖରାପ ହେବ ! ଏହା କିନ୍ତୁ ସଂପୂର୍ଣ୍ଣ ମିଥ୍ୟା ଓ ଅବାନ୍ତର କଥା । ସାଧାରଣ ଚାଉଳରେ ପ୍ଲାଷ୍ଟିକ୍ ଚାଉଳ ମିଶାଇବା ଏକ ଅବାସ୍ତବ ଧାରଣା । ସେଥିପାଇଁ ଏସବୁ ଭ୍ରାନ୍ତ ଧାରଣାରୁ ଦୂରେଇ ରୁହନ୍ତୁ ଏବଂ ନିୟମିତ ଭାବେ ଏହି ଫର୍ଟିଫାଏଡ୍ ଚାଉଳ ରାନ୍ଧି ଶରୀରକୁ ସୁସ୍ଥ ଓ ନିରୋଗ ରଖନ୍ତୁ । ସାଧାରଣ ଭାତ ପରି ଆପଣ ଏହି ଫର୍ଟିଫାଏଡ୍ ଚାଉଳ ରାନ୍ଧିବେ । କିନ୍ତୁ ଚାଉଳ ଧୁଆ ପାଣିକୁ ନ ଫିଙ୍ଗି ସେହି ପାଣିରେ ରେଷେଇ କରିବେ । ଏହାଦ୍ୱାରା ଚାଉଳର ପୋଷକ ତତ୍ତ୍ୱ ବଜାୟ ରହିଥାଏ ଏବଂ ଶରୀରକୁ ପୃଷ୍ଟିହୀନତା ଓ ରକ୍ତହୀନତାରୁ ବଞ୍ଚାଇଥାଏ । ଆପଣ ପ୍ରତିଦିନ ଭାତ, ରୁଟି ଯାହାବି ଖାଆନ୍ତୁ, ତାହା ସହିତ ମିଲେଟ୍ ଖାଇବାକୁ ଭୁଲନ୍ତୁ ନାହିଁ । ମିଲେଟ୍ କହିଲେ ମାଣ୍ଡିଆ, ସୁଆଁ, ବାଜରା, ଯଅ ଇତ୍ୟାଦି ଖାଇବା ଅଭ୍ୟାସ କରନ୍ତୁ । ଏଥିରେ ପ୍ରଚୁର ପରିମାଣରେ ଆଇରନ୍ ବା ଲୌହସାର ତଥା ଭିଟାମିନ୍ ମହଜୁଦ ଥାଏ । ତେଣୁ ସରକାର ଏବେ ମିଲେଟ୍ ମିଶନ ଯୋଜନା କରି ସବୁଠାରେ ଏହି ଶସ୍ୟକୁ ଖାଇବା ନିମନ୍ତେ ସଚେତନ କରାଉଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଖାଦ୍ୟ ପାର୍ଟିଫିକେସନ ଟେକ୍ନୋଲୋଜି ମାଧ୍ୟମରେ କରାଗଲେ ଖାଦ୍ୟରେ ଥିବା ଭିଟାମିନ୍ ଓ ଲୌହର ପରିମାଣ ବୃଦ୍ଧି ପାଇଥାଏ ଫଳରେ ଖାଦ୍ୟର ପୋଷକ ତତ୍ତ୍ୱର ସ୍ୱଚ୍ଛତାକୁ ଦୂର କରିବା ସହିତ ସ୍ୱାସ୍ଥ୍ୟ ପ୍ରତି ଏହା ଲାଭଦାୟକ ହୋଇଥାଏ । ଏହି ସଚେତନତା ବାର୍ତ୍ତାକୁ ପ୍ରଚାର ପ୍ରସାର ଓ ଜନସାଧାରଣଙ୍କ ମଧ୍ୟରେ ଥିବା ଭ୍ରାନ୍ତ ଧାରଣାକୁ ଦୂରୀଭୂତ କରିବା ପାଇଁ କେନ୍ଦ୍ରାପଡା ଜିଲ୍ଲାରେ ଜିଲ୍ଲାପାଳ ଅମ୍ରିତ ୠତୁରାଜଙ୍କ କର କମଳରେ ଏକ ସଚେତନତା ରଥର ଶୁଭ ଉଦ୍‌ଘାଟନ କରାଯାଇଛି । ଏହି ସଚେତନତା ରଥ ୯ଟି ବ୍ଲକ୍ ୨ଟି ମ୍ୟୁନିସିପାଲିଟିକୁ ୪ଦିନରେ ପରିକ୍ରମା କରି ସଚେତନ ବାର୍ତ୍ତା ପ୍ରଚାର କରିବ ।ଏହି ସଚେତନତା ରଥର ଶୁଭ ଉଦ୍‌ଘାଟନ ସମୟରେ ଜିଲ୍ଲାପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, କେନ୍ଦ୍ରାପଡା ବିଡିଓ ବନ୍ଦନା ଖଟୁଆ, ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗୋଚ୍ଛାୟତ, ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଲିଆର ସିଂ ପ୍ରମୁଖ ଉପସ୍ଥିତ ଥିଲେ । ଫରଟୀଫଏଡ ଚାଉଳ ସରକାରୀ ରାସନ ଦୋକାନରେ ମିଳେ । ଏହି ଚାଉଳରେ ଭାତ ରନ୍ଧାଯାଇ ଅଙ୍ଗନବାଡି କେନ୍ଦ୍ର, ସ୍କୁଲରେ ମଧ୍ୟାହ୍ନ ଭୋଜନ ଓ ଆହାର କେନ୍ଦ୍ରରେ ଉପଲବ୍ଧ ହେଉଅଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ