ଭିଡିଓ କଂଫେରେନ୍ସି ମାଧ୍ୟମରେ ଜେଏମଏଫସି ନୂତନ କୋଠା ଉଦଘାଟିତ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ବହୁ ପ୍ରତୀକ୍ଷିତ ସ୍ଥାନୀୟ ହିଞ୍ଜିଳିକାଟୁ ପୋୖରାଞ୍ଚଳ ସ୍ଥିତ ଜେଏମଏଫସି ଅଦାଲତର ନବନିର୍ମିତ କୋଠା ବୁଧବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଏହି ନୂତନ କୋଠାକୁ ଭିଡିଓ କନ ଫେରେନ୍ସି ମାଧ୍ୟମରେ ଉଦଘାଟନ କରିଥିଲେ। ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବାରେ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟ ରଖିଥିଲେ । ଭବିଷ୍ୟତରେ ଏହା ନ୍ୟାୟର ମନ୍ଦିର ଭାବରେ ପରିଗଣିତ ହେବ ବୋଲି ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରଫିକ ମତବ୍ୟକ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଓଡିଶା ହାଇକୋର୍ଟର ଅନ୍ୟତମ ବିଚାରପତି ଜଷ୍ଟିସ ବିଶ୍ଵଜିତ ମହାନ୍ତି, ହିଞ୍ଜିଳିକାଟୁ ଜେଏମଏଫସି ନ୍ୟାୟାଳୟର ବିଚାରପତି ରାଜଶ୍ରୀ ପଟ୍ଟନାୟକ,ଗୃହରାଜ୍ୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଆସିକା ସାଂସଦ ପ୍ରମିଳା ବିଷୋୟୀ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରମୂଖଙ୍କ ସମେତ ଜିଲ୍ଲା ଦୌରା ଜଜ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାୟ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ. ମନୋରଞ୍ଜନ ସାହୁ, ଥାନାଧିକାରୀ ଅଭିମନ୍ୟୁ ଦାଶ,ମୁଖ୍ୟମନ୍ତ୍ରୀ ଙ୍କ ବ୍ଲକ ପ୍ରତିନିଧି ସୁରେନ୍ଦ୍ର ନାଥ ପ୍ରଧାନ, ସମାଜସେବୀ ଡି ବିଶ୍ୱନାଥ, ଅଜୟ କୁମାର ମହାରଣା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ଓକିଲ ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ।


