ଭିଡିଓ କନଫରେନ୍ସିଂ ମାଧ୍ୟମରେ ମନ୍ତ୍ରୀ କ୍ୟାବିେନେଟ ବୈଠକରେ ଅଂଶଗ୍ରହଣ
ଛତ୍ରପୁର (ଓ୍ବାଇଏନ୍ଏସ୍) : ଓଡ଼ିଶା ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ଗୁରୁବାର ପ୍ରଥମ କରି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏଥିଲାଗି ଆଜି ପୂର୍ବାହ୍ନରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଛତ୍ରପୁର ଆସି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଓସ୍ୱାନ ଭିଡିଓ କନଫରେନ୍ସିଂ ହଲରେ ବସି ଭିଡିଓ କନଫରେନ୍ସିଂ ମାଧ୍ୟମରେ କ୍ୟାବିନେଟ ବୈଠକରେ ଅଂଶଗ୍ରହଣ କରିଥିଲେ ।


