ଭିଡିଓ କନଫେରେନ୍ସ ମାଧ୍ୟମରେ ଅନ୍ତ୍ୟଦୟ ଗୃହ ଯୋଜନା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ,(ହେମନ୍ତ ପାଣଗ୍ରାହୀ) : ରବିବାର କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରିସିଗାଁର ଶ୍ରୀକୃଷ୍ଣ ନଗର ପଡିଆ ଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନ୍ତୋଦ୍ବୟ ଗୃହ ଯୋଜନାର ଶୁଭାରମ୍ଭ କରାଯାଇଛି। ଏହି ଉପଲକ୍ଷେ କୋରାପୁଟ ଜିଲ୍ଲାର ସଦର ମହକୁମା କୁ ଛାଡ଼ି ଅନ୍ୟ ୧୩ ଗୋଟି ବ୍ଲକରେ ବ୍ଲକପ୍ରଶାସନ ପକ୍ଷରୁ ଗୋଷ୍ଠି ଉନ୍ନୟନ ଅଧିକାରୀ ,ସ୍ଥାନୀୟ ବିଧାୟକ, ଓ ବ୍ଳକ୍ ସ୍ତରୀୟ ଓ ପଞ୍ଚାଯତ ସ୍ତରୀୟ ନେତା ପ୍ରମୁଖ ଙ୍କ ଉପସ୍ଥିତିରେ ବ୍ଲକ ପଡିଆ ଠାରେ ଅନ୍ତ୍ୟଦୟ ଗୃହ ଯୋଜନା କାର୍ଯ୍ୟକ୍ରମ ଭିସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କାର୍ଯ୍ୟକ୍ରମ ର ସିଧାପ୍ରସାରଣ ସ୍ଥାନୀୟ ହିତାଧିକାରୀ ଦେଖିଥିଲେ।ଏଥିରେ ପଞ୍ଚାୟତରାଜ ମନ୍ତ୍ରୀ ରବି ନାୟକ ଙ୍କ ସମେତ କଳା ହାଣ୍ଡି ଜିଲ୍ଲାର ବିଧାୟକ, ସାଂସଦ ଓ ସ୍ଥାନୀୟ ଜିଲ୍ଲାପାଳ ଉପସ୍ଥିତ ରହିଥିଲେ।ଏହି ଗୃହ ଯୋଜନାରେ ପୂରଣ ହେବ ପକ୍କା ଘର ଆଶା ଓ ବିକଶିତ ହେବ ଆମ ଓଡ଼ିଶା ଏହାକୁ ନେଇ ଏହି ନୂତନ ଯୋଜନା ଶୁଭାରମ୍ଭ କରାଯାଇଛି।ଏହି ଗୃହ ଯୋଜନାରେ ଭିନ୍ନକ୍ଷମ, ବିଧବା, ରୋଗାକ୍ରାନ୍ତ, ସହିଦ ପରିବାର, ଘରପୋଡି, ହାତୀ ଉପଦ୍ରବ୍ୟ, ବନ୍ୟା ବାତ୍ୟା କ୍ଷତିଗ୍ରସ୍ତ ଯୋଗ୍ୟ ହିତାଧିକାରୀ ପରିବାରଙ୍କୁ ଅଗ୍ରାଧିକାର ଭିତ୍ତିରେ ଗୃହ ମଞ୍ଜୁର ହେବ।ଏହି ଯୋଜନା ରେ ତିନି ବର୍ଷ ମଧ୍ୟରେ ବିନିଯୋଗ ହେବ ୭,୫୫୦ କୋଟି ଟଙ୍କା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ, ସେହିପରି ୬୦୦କୋଟି ଟଙ୍କାରୁ ଉର୍ଦ୍ଧ୍ବ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଭିତ୍ତି ପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରାଯାଇଛି ।ପ୍ରଥମ କିସ୍ତି ରେ କୋରାପୁଟ ଜିଲ୍ଳାର ୧୪ ଗୋଟି ବ୍ଲକ ର ୨୯୩୪ ଜଣ ହିତାଧିକାରୀ ଙ୍କୁ ଏକ ଲକ୍ଷ କୋଡିଏ ହଜାର ଟଙ୍କା ଲେଖାଏଁ ର କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି।ଯେଉଁ ହିତାଧିକାରୀ ୪ ମାସ ମଧ୍ୟ ରେ ଗୃହ କାର୍ଯ୍ୟ ସମ୍ପୂର୍ଣ କରିବେ ସେମାନଙ୍କୁ ୨୦ ହଜାର ଟଙ୍କା ବୋନସ ଦିଆଯିବ ବୋଲି କୁହାଯାଇଛି। କୋରାପୁଟ ସଦର ମହକୁମା ସ୍ଥିତ ପୋଲିସ ପଡିଆଠାରେ କୋରାପୁଟ ବ୍ଳକ୍ ର ୧୬୨ ଜଣ, ଦଶମନ୍ତପୁର ବ୍ଲକରେ ୧୬୧ଜଣ, ଲକ୍ଷ୍ମୀପୁର ବ୍ଲକରେ ୧୭୨ଜଣ, ବନ୍ଧୁଗାଁ ବ୍ଲକର ୧୮୦ ଜଣ, ନାରାୟଣ ପାଟଣା ବ୍ଳକ୍ ର ୧୯୦ ଜଣ, ସିମିଳିଗୁଡା ବ୍ଳକର ୨୩୨ଜଣ, ପଟ୍ଟାଙ୍ଗୀ ବ୍ଲକର ୧୮୬ ଜଣ, ନନ୍ଦପୁର ବ୍ଲକରେ ୩୦୧ ଜଣ, ଲମତାପୁଟ ବ୍ଲକର ୧୩୩ ଜଣ, ବୈପାରୀ ଗୁଡା ବ୍ଲକର ୨୭୪ ଜଣ, କୁନ୍ଦ୍ରା ବ୍ଲକର ୪୫ ଜଣ, କୋଟପାଡ ବ୍ଲକର ୨୩୪ଜଣ, ବୋରିଗୁମ୍ମା ବ୍ଲକ୍ ର ୪୬୫ ଜଣ ଓ ଜୟପୁର ବ୍ଲକର ୧୯୯ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। କୋଟପାଡ ବ୍ଲକର କିଛି ଏସ ଏଚ ଜି ଓ ଜୟପୁର ବ୍ଲକର ୨୭ ଗୋଟି ଏସ ଏଚ ଜି ର ମହିଳା ମାନଙ୍କୁ ଜଳ ଓ ଜୀବିକା ମିଶନ ତରଫରୁ ୧୮୭ ଲକ୍ଷ୍ୟ ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା। ଯାହାଦ୍ବାରା ଏସ ଏଚ ଜି ମହିଳା ମାନେ ସ୍ୱାଵଲମ୍ବି ହୋଇପାରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ